ସାମାନ୍ୟ ବଚସାରୁ ବଡ଼ ଭାଇଙ୍କ ମୃତ୍ୟୁ, ସାନ ଭାଇ ଅଟକ କଳାହାଣ୍ଡିରେ ଚାଞ୍ଚଲ୍ୟ : ମଦ୍ୟପାନ ପରେ ବଚସା, ଟାଙ୍ଗିଆରେ ଆକ୍ରମଣ ଅଭିଯୋଗ

Aug 21, 2026 - 20:37
0 14
ସାମାନ୍ୟ ବଚସାରୁ ବଡ଼ ଭାଇଙ୍କ ମୃତ୍ୟୁ, ସାନ ଭାଇ ଅଟକ କଳାହାଣ୍ଡିରେ ଚାଞ୍ଚଲ୍ୟ : ମଦ୍ୟପାନ ପରେ ବଚସା, ଟାଙ୍ଗିଆରେ ଆକ୍ରମଣ ଅଭିଯୋଗ


ଭବାନୀପାଟଣା, ୨୧/୮ (ଷ୍ଟାର ନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲାର ବଳରାମପୁର ଅଞ୍ଚଳରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ବଡ଼ ଭାଇଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମଦ୍ୟପାନ ପରେ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ସାନ ଭାଇ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ମୃତକ ଜଣକ ୪୫ ବର୍ଷୀୟ କୁଳମଣି ସବର ବୋଲି ଜଣାପଡ଼ିଛି। ଘଟଣା ପରେ ତାଙ୍କ ସାନ ଭାଇ ୪୨ ବର୍ଷୀୟ ଧର୍ମିକ ସବରଙ୍କୁ ପୋଲିସ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା କରୁଛି।
ଖବର ପାଇ ଘଟଣାସ୍ଥଳରେ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ଆବଶ୍ୟକ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଉଛି। ଅନ୍ୟପଟେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ତେବେ ପ୍ରକୃତରେ କେଉଁ କାରଣରୁ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଘଟିଲା ଏବଂ ଘଟଣାର ପଛରେ ଆଉ କୌଣସି କାରଣ ରହିଛି କି ନାହିଁ, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User