ସୁଧୀର ପଟ୍ଟଯୋଶୀ ଙ୍କୁ କଳାହାଣ୍ଡି ର ବିଭିନ୍ନ ମଣ୍ଡଳ ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

Apr 4, 2026 - 21:27
 0  3
ସୁଧୀର ପଟ୍ଟଯୋଶୀ ଙ୍କୁ କଳାହାଣ୍ଡି ର ବିଭିନ୍ନ ମଣ୍ଡଳ ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଭବାନୀପାଟଣା.୦୪/୦୪( ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ଼  ଅଧକ୍ଷ ଘୋଷଣା ପରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦ ଙ୍କ ମଧ୍ୟରେ ଉତ୍ସାହ ର ମାହୋଲ 
ଦେଖିବାକୁ ମିଳିଛି, ଶୁକ୍ରବାର ଦିନ ଭୁବନେଶ୍ବର ରୁ ଧର୍ମଗଡ଼ କୁ ଫେରିବା ବାଟ ରେ ବିଭିନ୍ନ ସ୍ଥାନ ରେ ନୂତନ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସୁଧିର ପଟ୍ଟଯୋଶୀ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଛନ୍ତି 
ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ଵ ରେ ମୋହନ ଗିରୀ ମଣ୍ଡଳ ଉର୍ଲାଦାନୀ ଠାରେ ସହସ୍ରାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ବାଜା ବଜାଇ ବାଣ ଫୁଟାଇ ସୁଧିର ପଟ୍ଟଯୋଶୀ ଙ୍କୁ ସ୍ଵାଗତ ଜଣାଇ ଥିଲେ ,ଶ୍ରୀ ପଟ୍ଟଯୋଶୀ ସହିଦ ରେଣ୍ଡୋ ମାଝୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି କିଛି ବାଟ ଉର୍ଲାଦାନି ରେ ଶୋଭାଯାତ୍ରା ରେ ସାମିଲ ହୋଇ ଥିଲେ ପରେ ପରେ 
ମଦନପୁର ରାମପୁର ରାମ ମନ୍ଦିର , ବାଲି ପଡା ଛକ,ତୁଳା ପଡା ଛକ, ନର୍ଲା
ମେନ୍ ମାର୍କେଟ ଛକ ,ଛତିଗୁଡ଼ା ଛକ,ଦେ ପୁର୍ ଛକ ରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ  ଭବାନୀପାଟଣା ପ୍ରବେଶ ପଥ ମେଦିନୀପୁର ପେଟ୍ରୋଲ ପମ୍ପ ଠାରୁ ଏକ ବାଇକ୍ ରେଲୀ ଶୋଭାଯାତ୍ରାରେ ମାଁ ମାଣିକେଶ୍ବରୀ ମନ୍ଦିର ପର୍ଯ୍ୟନ୍ତ ଆସି ମାଁ ମାଣିକେଶ୍ବରୀ ଙ୍କ ଦର୍ଶନ କରି ସର୍କିଟ ହାଉସ ପହଞ୍ଚି ଥିଲେ ,ସର୍କିଟ ହାଉସ ଠାରେ ଜିଲ୍ଲା ର ବରିଷ୍ଟ ନେତୃବୃନ୍ଦ ଓ ବିଭିନ୍ନ ସାମାଜିକ ସଂଗଠନ ର ପ୍ରତିଷ୍ଠିତ ବ୍ୟକ୍ତି  ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ,ସେ ଠାରୁ ଧର୍ମଗଡ଼ ଗସ୍ତ ସମୟରେ କୁଟ୍ରୁ ଖାମର ଜୁନାଗଡ , ବସୁଲ ଓ ଧର୍ମଗଡ଼ ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକର୍ତ୍ତା ଜଣାଇ ଥିଲେ ,ଏହି ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ମଣ୍ଡଳ ସଭାପତି ଓ ମଣ୍ଡଳ ଟିମ୍ ସକ୍ରିୟ ଭୂମିକା ଗ୍ରହଣ କରି ଥିଲେ ଉର୍ଲାଦାନି ଠାରୁ ଧର୍ମଗଡ଼ ପର୍ଯ୍ୟନ୍ତ ଶୋଭାଯାତ୍ରାରେ,ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼,ଉପସଭାପତି ମୁକେଶ ଅଗ୍ରୱାଲ , ରୁପେଶ ଜୈନ ,ପଦ୍ମ ଲୋଚନ ଜାଲ,ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ବେହେରା,ହିମାଂଶୁ ପଣ୍ଡା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପ୍ରଧାନ 
ମଣ୍ଡଳ ସଭାପତି ଖ୍ରୀଷ୍ଟ ରାଉତ , ଯାଜ୍ଞସେନ ରାଉତ ,ଚିତ୍ତ ରଞ୍ଜନ ପାତ୍ର,ଅନିଲ ଜାନୀ,ଜିଲ୍ଲା ମିଡିଆ ଓ ଆଇ ଟି ସେଲ ସଂଯୋଜକ ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR