ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ରାଜ୍ୟସ୍ତରରେ ପୁରସ୍କୃତ l

ପାପଡାହାଣ୍ଡି ,୧୨l୭(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନବରଙ୍ଗପୁର ଉପଖଣ୍ଡ ଚିକିତ୍ସାଲୟର ଡ଼ା. ଦିଲୀପ ଦଳେଇଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗ ରାଜ୍ୟ ସରକାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଜୟଦେବ ଭଵନରେ ସମ୍ମାନିତ କରାଯାଇଛି | ବେଷ୍ଟ ସର୍ଜନ ଭାବେ ରାଜ୍ୟର ୧୫ଜଣ ଡାକ୍ତରଙ୍କୁ ପୁରୁସ୍କୃତ କରାଯାଇଛି |ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି, ଡାବୁଗାଁ ଓ କୋଷାଗୁମୁଡା ବ୍ଲକରେ ୨୦୨୪-୨୫ଆର୍ଥିକ ବର୍ଷରେ ୧୧୦୦ଜଣ ସ୍ତ୍ରୀ ଓ ପୁରୁଷଙ୍କ ପରିବାର କଲ୍ୟାଣ ଅସ୍ତ୍ରପଚାର କରିଥିଲେ |ଏଥିପାଇଁ ଡ଼ା. ଦିଲୀପ ଦଳେଇଙ୍କୁ ଏହି ପୁରୁଷ୍କାର ପାଇଁ ମନୋନୀତକ କରାଯାଇଛି |ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ଥରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଡ଼ା ଦିଲୀପ ଦଳେଇଙ୍କୁ ପୁରସୃତ କରିଛନ୍ତି | ଗର୍ଭବତୀମାନେ କିପରି ଉନ୍ନତ ସେବା ପାଇବେ ସେଥିପ୍ରତି ଡ଼ା ଦିଲୀପ ଦଳେଇ ସବୁବେଳେ ଯତ୍ନବାନ ରହିବା ସହ ଅଧିକରୁ ଅଧିକ ସରକାରୀ ସୁବିଧା ଯୋଗାଇବା ନେଇ ଧ୍ୟାନଦେବେ ବୋଲି କହିଛନ୍ତି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






