ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ହନ୍ତସନ୍ତ ସାଧାରଣ ଜନତା ।

Oct 06, 2025 - 21:30
0 83
ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ହନ୍ତସନ୍ତ ସାଧାରଣ ଜନତା ।

ଝରିଗାଁ୬l୧୦(ଷ୍ଟାର ନିୟୁଜ ଓଡିଶା): କୌଣସି କାରଣ ନଥାଇକି ମଧ୍ୟ ବିଦ୍ୟୁତ କାଟ ହେଉଥିବାରୁ ସାଧାରଣ ବିଦ୍ୟୁତ ଖାଉଟି ହନ୍ତସନ୍ତ ହେଉଛନ୍ତି | ବିଦ୍ୟୁତ ସମସ୍ୟା ସୁଧାରିବା ପାଇଁ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ, କର୍ଣ୍ଣପାତ କରୁନାହାନ୍ତି ବିଭାଗୀୟ କର୍ମଚାରୀ |ଗତକାଲି ରାତ୍ରି ପ୍ରାୟ ୯ ଘଟିକା ସମୟରୁ ପାଲିଆ ପଂଚାୟତ ଅଞ୍ଚଳରେ ବିଦ୍ୟୁତ ନାହିଁ | ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି |ବିଦ୍ୟୁତ କର୍ମଚାରୀ ମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସାଧାରଣରେ ଅଭିଯୋଗ ହେଉଛି | ବକେୟା ବିଜୁଳି ବିଲ୍ ପାଇଁ ବାରମ୍ବାର ଘରକୁ ଆସୁଥିବାରୁ ଏବଂ ମନଇଚ୍ଛା ବିଲ ଦେଉଥିବା ଅଭିଯୋଗ କରିଛନ୍ତି ଲୋକେ। ପ୍ରାୟ ଦୁଇ ଦିନ ହେବାକୁ ବସିଲାଣି ବିଦ୍ୟୁତ୍ ସେବା ବନ୍ଦ ରହିଥିବାରୁ ପଂଚାୟତ ବାସୀ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରସଙ୍ଗରେ ଝରିଗାଁ ବିଭାଗୀୟ ଯନ୍ତ୍ରୀ ସୁଜିତ କୁମାର ପୁଷ୍ଟିଙ୍କୁ ପଚାରିବାରୁ ସନ୍ଧ୍ୟା ସମୟରେ ବାରାହା ଶିକାର କରିବାକୁ କରେଣ୍ଟ ଫାସ ପ୍ରସ୍ତୁତ କରୁଛନ୍ତି କିଛି ବ୍ୟକ୍ତି। ଯାହାଫଳରେ କରେଣ୍ଟ ସେବା ବାଧାପ୍ରାପ୍ତ ହେଉଛି। ଥାଟବେଡା ଗ୍ରାମ ନିକଟରେ ଅଧିକ କ୍ଷମତା ବିଶିଷ୍ଟ ଫିଡ଼ର୍ ଆସନ୍ତା ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବାର ନିର୍ଦ୍ଧାରିତ ହୋଇଛି। ଯ ଦ୍ଵାରା ଏହି ସମସ୍ୟା ଆଗକୁ ରହିବ ନାହିଁ। ଅନ୍ୟପକ୍ଷେ ବିଦ୍ୟୁତ୍ ସଂଯୋଗ ପାଇଁ ତ୍ରୁଟି ରହିଥିବା ସ୍ଥାନରେ ମରାମତି ଜାରି ରହିଛି ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ବିଜୁଳି ସେବା ଉପଲବ୍ଧ ହେବ ବୋଲି ଯନ୍ତ୍ରୀ ଶ୍ରୀ ପୁଷ୍ଟି ସୂଚନା ଦେଇଛନ୍ତି। ବରାହ ଶିକାର କରିବାକୁ କରେଣ୍ଟ ବ୍ୟବହାର କରୁଥିବାରୁ ଲୋକଙ୍କ ଏବଂ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହୁଛି। ଚକଲାପଦର ପଞ୍ଚାୟତର କଂଗ୍ରା, ବାହାର କରମରି ,ଭିତର କରମରି, ଡ଼ାହିମାଲ ଆଦି ଜଙ୍ଗଲ ଅଞ୍ଚଳରେ ମୋବାଇଲ ନେଟୱର୍କ ନଥିବାରୁ ଯୋଗୁଁ ବିଦ୍ୟୁତ୍ ସେବା ତ୍ରୁଟି ଖବର ବିଳମ୍ବରେ ଜାଣିବାକୁ ମିଳୁଛି। ଝରିଗାଁ ସଦର ଠାରୁ ପ୍ରାୟ ୨୫ କିମି ଦୂରରେ ରହୁଛି ଗାଁ ଓ ଜଙ୍ଗଲ ଅଞ୍ଚଳ। ଦୂରବାଟ ହେଉଥିବାରୁ ମରାମତି କାର୍ଯ୍ୟ ବିଳମ୍ବ ହେଉଛି। ପାଲିଆ ପଞ୍ଚାୟତ ରେ ପ୍ରାୟ ୧୫ ଶହ ରୁ ଉର୍ଦ୍ଧ ଖାଉଟି ରହିଥିବା ବେଳେ ୩୦ ପ୍ରତିଶତ ଖାଉଟି ବିଲ୍ ପୈଠ କରୁଛନ୍ତି ବୋଲି ଯନ୍ତ୍ରୀ ସୂଚନା ଦେଇଛନ୍ତି। ନୂଆଁ ଫିଡର୍ ବସିଲେ ଏହି ଅସୁବିଧା ଆଉ ରହିବ ନାହିଁ ବୋଲି ଯନ୍ତ୍ରୀ ପ୍ରକାଶ କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User