ଅନ୍ତର୍ଜାତୀୟ ଚିତ୍ରକଳା ରେ ଭାଗ ନେଲେ କୋକସରା ବ୍ଲକ ର ପୁଅ,ଜିଲ୍ଲା ପାଇଁ ଆଣିଲେ ଗୌରବ।

Nov 08, 2025 - 08:07
0 15
ଅନ୍ତର୍ଜାତୀୟ ଚିତ୍ରକଳା ରେ ଭାଗ ନେଲେ କୋକସରା ବ୍ଲକ ର ପୁଅ,ଜିଲ୍ଲା ପାଇଁ ଆଣିଲେ ଗୌରବ।

କଳାହାଣ୍ଡି,୮l୧୧( ଷ୍ଟାରନିୟୁଜ ଓଡିଶା) :ଅନ୍ତର୍ଜାତୀୟ ଚିତ୍ରକଳା ଭାସ୍କର୍ଯ୍ୟ କୁ ନେଇ ପଡୋଶୀ ଦେଶ ନେପାଳ ଠାରେ ଆୟୋଜିତ ଡ୍ରିମକେପ ନେପାଳ ୨୦୨୫ ଅନ୍ତର୍ଜାତୀୟ ଚିତ୍ରକଳା ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ରେ କଳାହାଣ୍ଡି ଜିଲ୍ଲାର ପୁଅ ଚିତ୍ରଶିଳ୍ପୀ ରାଧେଶ୍ୟାମ ବାରିକ ଅଂଶଗ୍ରହଣ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିଲିଗୁଡା ଗ୍ରାମର ର ରାଧେଶ୍ୟାମ ବାରିକ ଡି.ପି.ଏସ ପାରାଦୀପ ତୈଳ ବିଶୋଧନଗାର ର କଳା ଶିକ୍ଷକ ଭାବେ କାର୍ଯ୍ୟରତ ରହିଥିବା ବେଳେ ଚିତ୍ରକଳା ପ୍ରଦର୍ଶନୀ ରେ ଭାଗନେଇ ନିଜର କଳାକୃତି ଦେଖାଇ ପ୍ରସଂଶା ସାଉଁଟିଛନ୍ତି l ଏହି ପ୍ରଦର୍ଶନୀ ନଭେମ୍ବର ୪ ରୁ ୬ ଆୟୋଜିତ ହୋଇଥିଲା । ଏହି ଚିତ୍ରକଳା ପ୍ରଦର୍ଶନୀ ରେ ଭାରତ, ନେପାଳ, ବାଙ୍ଗଲାଦେଶ, ଓ ମୋରିସିୟସ ରୁ ଅନ୍ତର୍ଜାତୀୟ ଖ୍ୟାତିନାମା ୧୦୦ ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଭାରତୀୟ ସଂସ୍କୃତି ର ଉକୃଷ୍ଟ ଧରଣର ଚିତ୍ର କଳlର ପଦ୍ଧତି ଶୈଳୀ କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ନେପାଳ ଆର୍ଟ କାଉନସିଲ ର ଅଧ୍ୟକ୍ଷା । ଚିତ୍ରଶିଳ୍ପୀ ଶ୍ରୀ ବାରିକ କଳାହାଣ୍ଡି ମାଟିର ଗର୍ବ ଓ ଗୌରବକୁ ଆନ୍ତଜାତୀୟ କ୍ଷେତ୍ରରେ ପହଞ୍ଚାଇଛନ୍ତି ଏହାକୁ ନେଇ କଳାହାଣ୍ଡି ଜିଲ୍ଲା ତଥା କୋକସରା ବ୍ଲକ ଅଞ୍ଚଳ ରେ ତାଙ୍କ ଶୁଭେଚ୍ଛୁ ମାନେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତି ନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User