ଏକ ଦିନିଆ ସରକାରୀ କର୍ମଚାରୀଙ୍କ ସହିତ ନେଟୱାର୍କିଂ ଲିଙ୍କେଜ୍ ବୈଠକ

Jun 26, 2025 - 20:12
0 43
ଏକ ଦିନିଆ  ସରକାରୀ କର୍ମଚାରୀଙ୍କ ସହିତ ନେଟୱାର୍କିଂ ଲିଙ୍କେଜ୍ ବୈଠକ

କଳାହାଣ୍ଡି ଜିଲ୍ଲା ତା :୨୬/୦6(ଷ୍ଟାରନିୟୁଜ ଓଡିଶା)ଗୋଲାମୁଣ୍ଡା ବ୍ଲକ ସଭାଗୃହ ଠାରେ ଆର୍ ସି ଡ଼ି ସି ଭୁବନେଶ୍ୱର ଙ୍କ ତରଫରୁ ବି ଏମ୍ ଜେଡ୍ ଜର୍ମାନ ଓ ଚାଇଲଡ୍ ଫଣ୍ଡ ଙ୍କ ମିଳିତ ସହାୟତାରେ ଏକ ଦିବସୀୟ ସରକାରୀ କର୍ମଚାରୀଙ୍କ ସହିତ  ନେଟୱାର୍କିଂ ସମ୍ମନିୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀ ରଥୁରାମ ବାଗ ପ୍ରକଳ୍ପ ସଂଯୋଜକ ଆର୍ ସି ଡ଼ି ସି ସମସ୍ତଙ୍କୁ ସ୍ବାଗତ ଜଣେଇ ବୈଠକ କରିବାର ଲକ୍ଷ୍ୟ ଉଦେଶ୍ୟ ବିଷୟରେ ଅବଗତ କରିଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀବିନ୍ଦୁ ମହାନନ୍ଦ ଅଧ୍ୟକ୍ଷ ପଞ୍ଚାୟତ ସମିତି ଗୋଲାମୁଣ୍ଡା, ସମ୍ମାନିତ ଅତିଥି ଭାବେ ଶ୍ରୀ ବିଶ୍ଵନାଥ ରାଉତ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋଲାମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମହାନନ୍ଦ ଗୋଲାମୁଣ୍ଡା ବ୍ଲକରେ ମନରେଗା କାମ ପାଇଁ ଅର୍ଥ ର ଅଭାବ ନାହିଁ, କାମ କରିବାରେ କୌଣସି ଅସୁବିଧା ନାହିଁ ଓ ଯଥା ଶୀଘ୍ର ପାରିଶ୍ରମିକ ଦିଆଯିବା, ଦାଦନ ଶ୍ରମିକ କମେଇବା ପାଇଁ  ସରକାରଙ୍କ ଯୋଜନାକୁ ଲାଭ ଉଠେଇବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରୀ ରାଉତ୍ ଯୁବ ପୀଢ଼ି ବ୍ଲକ ସ୍ତରୀୟ କର୍ମ ନିଯୁକ୍ତି ମେଳା ରେ ଅଂଶ ଗ୍ରହଣ କରିବା ପରେ ନିଜ ପସନ୍ଦ ଅନୁଯାୟୀ କାମ କରିବା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ନିଜ ବିଭାଗ ର ଲାଭ ନେବା ପାଇଁ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀଗୋପାଳ ନାଏକ ଜୈବିକ ଚାଷ କରି କେମିତି ଲାଭ ପାଇଲେ ସେ ବିଷୟରେ ଅବଗତ କରିଥିଲେ ତଥା ଭକ୍ତରାମ ମହାନନ୍ଦ ଯୁବ ଉଦ୍ୟୋଗୀ ତାଲିମ ପରେ ଆର୍ ସି ଡ଼ି ସି ରୁ ପାଇଥିବା ଦଶହଜାର ଅନୁଦାନ ରାଶି ସହାୟତାରେ ଦେଶୀ କୁକୁଡା ପାଳନ କରି ଅଣ୍ଡା ଓ କୁକୁଡା ବିକ୍ରୟ କରି ଲାଭ ପାଇବା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ୪୦ ରୁ ଉର୍ଦ୍ଧ ଯୁବ ଉଦ୍ୟୋଗୀ, କୃଷକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଆର୍ ସି ଡ଼ି ସି ରୁ ସରିତା, ସଞ୍ଜୟ, ଯାଜ୍ଞ, ଲଛମଣି,ସୁଧାଂଶୁ ଓ ନାଦିଆ ସହଯୋଗ କରିଥିବା ବେଳେ ବୁଲୁ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

What's Your Reaction?

Like Like 5
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User