କରଞ୍ଜକୋଟରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀସ୍ତରୀୟ ଓୟୁଜେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Jun 22, 2026 - 15:40
0 38
କରଞ୍ଜକୋଟରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀସ୍ତରୀୟ ଓୟୁଜେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋଲାମୁଣ୍ଡା, ୨୧/୦୬:(ଷ୍ଟାରନିୟୁଜ ଓଡିଶା) ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ସ୍ଥିତ ପ୍ରସିଦ୍ଧ କରଞ୍ଜକୋଟ ପର୍ଯ୍ୟଟନସ୍ଥଳୀଠାରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଓଡ଼ିଶା ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟସ୍ (ଓୟୁଜେ) ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର ସହିତ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକମାନଙ୍କ ମଧ୍ୟରେ ସୌହାର୍ଦ୍ୟ, ଏକତା ଓ ପାରସ୍ପରିକ ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଓୟୁଜେ କଳାହାଣ୍ଡି ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକତାର ଗୁରୁତ୍ୱ, ଗଣମାଧ୍ୟମର ଦାୟିତ୍ୱ ଏବଂ ସାମ୍ବାଦିକମାନଙ୍କ ଏକତାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂ ଦେଓ, ବରିଷ୍ଠ ସାମ୍ବାଦିକ ତଥା ବରିଷ୍ଠ ଆଇନଜୀବୀ ହିମାଂଶୁ ବରାଡ଼, ବରିଷ୍ଠ ସାମ୍ବାଦିକ ତଥା ଏନୟୁଜେ ସଦସ୍ୟ କିଶୋର ନାଏକ ଓ ଜୟଦ୍ରଥ ମହାନନ୍ଦ ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ରହି ସାମ୍ବାଦିକ ସମାଜର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ।
ବୈଠକରେ ଆଞ୍ଚଳିକ ସାମ୍ବାଦିକମାନଙ୍କ ସମ୍ମୁଖୀନ ବିଭିନ୍ନ ସମସ୍ୟା, ସାମ୍ବାଦିକ ସୁରକ୍ଷା, ବୃତ୍ତିଗତ ଚ୍ୟାଲେଞ୍ଜ ଏବଂ ଗଣମାଧ୍ୟମର ବିକାଶ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଉପସ୍ଥିତ ସଦସ୍ୟମାନେ ସଂଗଠନକୁ ଆହୁରି ସଶକ୍ତ କରିବା ସହ ସାମ୍ବାଦିକଙ୍କ ସ୍ୱାର୍ଥରକ୍ଷା ପାଇଁ ସମ୍ମିଳିତ ଭାବେ କାର୍ଯ୍ୟ କରିବାକୁ ମତ ପ୍ରକାଶ କରିଥିଲେ।
ଏହି ଅବସରରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ବିନ୍ଦୁ ମହାନନ୍ଦ, ଖଗେଶ୍ୱର ଧଙ୍ଗଡ଼ାମାଝୀ, ଓୟୁଜେ ଗୋଲାମୁଣ୍ଡା ବ୍ଲକ ସଭାପତି ସୁଧୀର ସାହୁ, ଆକାଶ କୁମାର ଜଗତ, ଆଶୁତୋଷ ରାଉତ, କୁମାରମଣି ଦୁର୍ଗା, ତାପସ ମହାନ୍ତି ପ୍ରମୁଖ ସାମ୍ବାଦିକ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସାମ୍ବାଦିକ ହେମନ୍ତ ସାହୁ ସଭା ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମଟି ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ସମାପ୍ତ ହୋଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User