କଳାହାଣ୍ଡିରେ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

Jun 25, 2026 - 23:49
 0  18
କଳାହାଣ୍ଡିରେ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଜୁନାଗଡ଼, ୨୫/୦୬/(ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଳଦିଆମଲ୍ ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ମୃତ ମହିଳା ହେଲେ ପୁଷ୍ପାଞ୍ଜଳି ଲହଜଲ। ଘଟଣାକୁ ପ୍ରାଥମିକ ଭାବେ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଥିବା ବେଳେ, ମୃତକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣାଯାଇଥିବାରୁ ଘଟଣା ନୂଆ ମୋଡ଼ ନେଇଛି।
ସୂଚନା ଅନୁସାରେ, ବଳଦିଆମଲ୍ ଗ୍ରାମର ସୁନିଲ କୁମାର ମେହେର ଓ ପୁଷ୍ପାଞ୍ଜଳି ଲହଜଲ ପ୍ରାୟ ଆଠ ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ପରିବାରର ବିରୋଧ ସତ୍ତ୍ୱେ ଉଭୟ ଜୁନାଗଡ଼ରେ ରହି ନିଜର ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ। ତେବେ ଗତ ୨୩ ଜୁନ ତାରିଖରେ ପୁଷ୍ପାଞ୍ଜଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଛନ୍ତି।
ସ୍ୱାମୀ ସୁନିଲ କୁମାର ମେହେରଙ୍କ କହିବା ଅନୁଯାୟୀ, ୨୨ ଜୁନ ରାତିରେ ସେ ନିଜ ବାପା-ମାଆଙ୍କ ଘରକୁ ଯାଇଥିଲେ। ପରଦିନ ସକାଳେ ଘରକୁ ଫେରିବା ପରେ ପତ୍ନୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ତୁରନ୍ତ ଜୁନାଗଡ଼ ଥାନାକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା।
ଅନ୍ୟପଟେ, ପୁଷ୍ପାଞ୍ଜଳିଙ୍କ ପରିବାର ଲୋକେ ଏହାକୁ ଆତ୍ମହତ୍ୟା ଭାବେ ଗ୍ରହଣ କରିନାହାନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଏବଂ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି।
ମୃତଦେହର ବ୍ୟବଚ୍ଛେଦ ଜୁନାଗଡ଼ ହସ୍ପିଟାଲରେ ସମ୍ପନ୍ନ ହୋଇଥିବା ବେଳେ, ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ପୋଲିସ ପକ୍ଷରୁ ମଧ୍ୟ ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ସୂଚନା ମିଳିଛି।
ଘଟଣାକୁ ନେଇ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ, ପୋଲିସ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ ରହସ୍ୟ ଉପରୁ ପରଦା ହଟିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ 
ଷ୍ଟାର ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR