ଗୋଷ୍ଠୀ କେନ୍ଦ୍ର ଗୃହ ନିର୍ମାଣରେ ଅନିୟମିତତା ଅଭିଯୋଗ, ତଦନ୍ତ ଦାବି କଲେ କନ୍ତେଶିର ଗ୍ରାମବାସୀ

Jun 26, 2026 - 00:00
0 96
ଗୋଷ୍ଠୀ କେନ୍ଦ୍ର ଗୃହ ନିର୍ମାଣରେ ଅନିୟମିତତା ଅଭିଯୋଗ, ତଦନ୍ତ ଦାବି କଲେ କନ୍ତେଶିର ଗ୍ରାମବାସୀ

କେସି

ଙ୍ଗା /କଳାହାଣ୍ଡି, ତା. ୨୬/୦୬/ (ଷ୍ଟାର ନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ରତନପଡ଼ା ସ୍ଥିତ ଦୁର୍ଗା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC) ଆର୍ଥିକ ବର୍ଷ ୨୦୨୩-୨୦୨୪ ଅନ୍ତର୍ଗତ ନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ ନେଇ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି। ଏହି କାର୍ଯ୍ୟ ପାଇଁ ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଥିବା ବେଳେ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଓ ଆକାରକୁ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ସୂଚନା ଅନୁଯାୟୀ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA), ଥୁଆମୂଳ ରାମପୁର ତରଫରୁ ଏହି ଗୋଷ୍ଠୀ କେନ୍ଦ୍ର ଗୃହ ନିର୍ମାଣ କରାଯାଇଥିଲା। ତେବେ ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ପ୍ରାୟ ୩ ଲକ୍ଷ ଟଙ୍କା ବ୍ୟୟ ଦର୍ଶାଯାଇଥିଲେ ମଧ୍ୟ ନିର୍ମିତ ଗୃହଟିର ଆକାର ଅତ୍ୟନ୍ତ ଛୋଟ ଏବଂ ଏହା ସାଧାରଣ ଆବାସ ଯୋଜନାରେ ନିର୍ମିତ ଘରଠାରୁ ମଧ୍ୟ କ୍ଷୁଦ୍ର ବୋଲି ସେମାନେ ଦାବି କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ, ସରକାରୀ ଆବାସ ଯୋଜନାରେ ପ୍ରାୟ ୧.୩୦ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି କୋଠରୀ ଓ ବାରଣ୍ଡା ସହିତ ଘର ନିର୍ମାଣ ହେଉଥିବା ବେଳେ, ଏହି ଗୋଷ୍ଠୀ କେନ୍ଦ୍ର ଗୃହର ନିର୍ମାଣ ଖର୍ଚ୍ଚ ଓ ବାସ୍ତବ କାର୍ଯ୍ୟ ମଧ୍ୟରେ ବହୁତ ତଫାତ ରହିଥିବା ନେଇ ସନ୍ଦେହ ପ୍ରକାଶ ପାଇଛି।
ଏହି ପ୍ରକଳ୍ପରେ ସମ୍ପୃକ୍ତ ଅଧିକାରୀ, କାର୍ଯ୍ୟନିର୍ବାହୀ ସଂସ୍ଥା ଓ ସ୍ଥାନୀୟ ସ୍ତରର କର୍ମଚାରୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସମ୍ଭାବ୍ୟ ଅନିୟମିତତାର ସତ୍ୟାସତ୍ୟ ଜାଣିବା ପାଇଁ ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି କନ୍ତେଶିର ଗ୍ରାମବାସୀମାନେ ଦାବି କରିଛନ୍ତି।
ଏନେଇ ପ୍ରଶାସନ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନଥିବା ବେଳେ, ଅଭିଯୋଗର ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ସ୍ଥିତି ସାମ୍ନାକୁ ଆସିପାରିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User