କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ‘ମୋ ଜନତା, ମୋ ଶକ୍ତି’ ରକ୍ତଦାନ ଶିବିର: ୫୪ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ

Jun 26, 2026 - 17:10
0 27
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ‘ମୋ ଜନତା, ମୋ ଶକ୍ତି’ ରକ୍ତଦାନ ଶିବିର: ୫୪ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ

ଭବାନୀପାଟଣା, ୨୬/୦୬ (ଷ୍ଟାର ନ୍ୟୁଜ୍ ଓଡ଼ିଶା): କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିବସ ଅବସରରେ "ମୋ ଜନତା, ମୋ ଶକ୍ତି" ଶୀର୍ଷକ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ମହତ୍ ଆୟୋଜନକୁ ଯୁବ ସଂଗଠକ ନୀଳମାଧବ ସିଂହଦେଓ, ସୋସିଆଲ ୱେଲଫେୟାର ସଂଗଠନର ଶାନ୍ତି ମାଝୀ ଓ ତାଙ୍କ ସହଯୋଗୀମାନେ, ଏବଂ ଯବାନ ଫିଜିକାଲ ଏକାଡେମୀର ଭୁପେନ୍ଦ୍ର ନାଏକ ଓ ତାଙ୍କ ଟିମ୍‌ର ମିଳିତ ପ୍ରୟାସରେ ସମ୍ପନ୍ନ କରାଯାଇଥିଲା।
ଶିବିରରେ ୫୪ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବାବେଳେ ନର୍ଲା, ମଦନପୁର ରାମପୁର, କର୍ଲାମୁଣ୍ଡା, କେସିଙ୍ଗା, ଛାଟିଗୁଡ଼ା, ଦେପୁର ଏବଂ ଭବାନୀପାଟଣା ଅଞ୍ଚଳର ବହୁ ସଂଖ୍ୟକ ଯୁବକ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ମାନବସେବାର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଥିଲେ।
ଆୟୋଜକମାନେ କହିଛନ୍ତି, ରକ୍ତଦାନ ମାଧ୍ୟମରେ ଅନେକ ଜୀବନ ବଞ୍ଚାଇବା ସମ୍ଭବ। ସେଥିପାଇଁ ସମାଜର ଅଧିକରୁ ଅଧିକ ଯୁବପିଢ଼ି ଏଭଳି ମାନବିକ କାର୍ଯ୍ୟରେ ସାମିଲ ହେବାକୁ ସେମାନେ ଆହ୍ୱାନ ଜଣାଇଛନ୍ତି।
କେସିଙ୍ଗା ରୁ  ସ୍ୱତନ୍ତ୍ର ପ୍ରତିନିଧି କିଶୋର ନାଏକ ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User