କଳାହାଣ୍ଡି ଜିଲ୍ଲାରେ ପ୍ରଥମ ମାଣ୍ଡିଆ ମଣ୍ଡି ଉଦଘାଟିତ।

Feb 1, 2026 - 20:04
 0  32
କଳାହାଣ୍ଡି ଜିଲ୍ଲାରେ ପ୍ରଥମ ମାଣ୍ଡିଆ ମଣ୍ଡି ଉଦଘାଟିତ।

କଳାହାଣ୍ଡି ଜିଲ୍ଲା ତା. ୦୧/୦୨( ଷ୍ଟାର ନିୟୁଜ ଓଡିଶା )କୋକସରା ବ୍ଲକ ଗୋତମୁଣ୍ଡା ଠାରେ ଆଜି ଜିଲ୍ଲା ର ପ୍ରଥମ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଶ୍ରୀ ଅନ୍ନ ଯୋଜନରେ ଧର୍ମଗଡ ଅଞ୍ଚଳର ଅଗ୍ରଣୀ ଏନ ଜି ଓ ଦି ହ୍ୟୁମାନ ଡେଭଲପମେଣ୍ଟ ଓ ଜୟ କୋକସରା ଅର୍ଗନିକ ଫାର୍ମର ପ୍ରଡ୍ୟୁସର୍ କମ୍ପାନୀ ଲିମିଟେଡ ଦ୍ୱାରା ଏହି ମାଣ୍ଡିଆ ମଣ୍ଡି କାର୍ଯ୍ୟକ୍ଷମ ହୋଇଛି । ଏହି ଅବସରରେ କୋକସରା ବିଡ଼ିଓ ହିମଞ୍ଚଲ୍ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ନୌକେଶ୍ୱର୍ ନାଗ ଏବଂ କୋକସରା ଗୋଷ୍ଠୀ କୃଷି ଅଧିକାରୀ ଙ୍କ ସହ କୃଷି ବିଭାଗର ଅନ୍ୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ମାଣ୍ଡିଆ ଚାଷ କୁ ଗୁରୁତ୍ଵ ଦେବା ସହ ସରକାର ମାଣ୍ଡିଆ ଚାଷୀଙ୍କୁ ମାଣ୍ଡିଆ ଚାଷ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଥିବା ବେଳେ ଧାନ ଚାଷ ଠାରୁ ମାଣ୍ଡିଆ ଚାଷ କରି ଚାଷୀ ଅଧିକ ଲାଭବାନ ହୋଇପାରିବେ ବୋଲି କହିଛନ୍ତି । - କଳାହାଣ୍ଡି ଜିଲ୍ଲା  ପ୍ରତିନିଧି ବିଷ୍ନୁଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

SUJAYA EDITOR