କନ୍ଧମାଳ ଜିଲ୍ଲାପାଳ ତୁମୁଡ଼ିବନ୍ଧ ଗସ୍ଥ l

Feb 01, 2026 - 19:41
0 23
କନ୍ଧମାଳ ଜିଲ୍ଲାପାଳ ତୁମୁଡ଼ିବନ୍ଧ ଗସ୍ଥ l

କନ୍ଧମାଳ:୦୧/୦୨(ଷ୍ଟାର ନିୟୁଜ ଓଡିଶା)ସରକାରୀ ଯୋଜନାର ସୁବିଧା ସଠିକ୍ ଭାବେ କନ୍ଧମାଳ ଜିଲ୍ଲାର  ତୁମୁଡିବନ୍ଧ ବ୍ଲକର ଆଦିବାସୀ ଅଧୁଷିତ ଅଞ୍ଚଳ ବେଲଘର, ଗୁମା, ଝିରିପାଣି, ଧୂଡସି ଗ୍ରାମ ଗୁଡ଼ିକରେ ସୁବିଧା ମିଳିପାରୁନଥିବା ଖବର ପାଇ ଏହାକୁ ଗୁରୁତ୍ୱ ସହ ନେଇ  ଗ୍ରାମବାସୀଙ୍କ ସମସ୍ୟାକୁ ଅତି ନିକଟରୁ ଦେଖିବା ପାଇଁ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ସମସ୍ତ ଅଧିକାରୀଙ୍କୁ ଧରି ଏକ ବାଇକ ଯୋଗେ ଅଣ ଅସାରିଆ ରାସ୍ତା ରେ ନିଜେ ବାଇକ ଚଲାଇ ଲୋକଙ୍କ ସମସ୍ୟା ଦେଖୁବାକୁ ବାହାରି ପଡ଼ିଥିଲେ | ଜିଲ୍ଲାପାଳଙ୍କ ଏଭଳି  ଦୁର୍ଗମ ପାହାଡ଼ିଆ ଅଞ୍ଚଳକୁ ଗସ୍ତ କରି  ଗ୍ରାମବାସୀଙ୍କ ସହ ସିଧାସଳଖ କଥା ହୋଇ ସୁବିଧା ଅସୁବିଧା ବୁଝି ଥିଲେ | ଏବଂ ଦୀର୍ଘଦିନର ଅନେକ ସମସ୍ୟା ସମାଧାନ ହେବ ବୋଲି ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇ ଫେରିଥିବା ଦେଖିବାକୁ ମିଳିଛି |  ଜିଲ୍ଲାପାଳଙ୍କ ଏହି ଗସ୍ତ ଦେଖି ଲୋକଙ୍କ ମନରେ ଅନେକ ଦିନର ଦୁଃଖ ଦୂର ହେବା ନେଇ ଆଶା ଓ ବିଶ୍ୱାସ ଜାଗ୍ରତ ହୋଇ ଅଛି | ଏହି ଗସ୍ତ ସମୟରେ ତୁମୁଡିବନ୍ଧ ବିଡ଼ିଓ ବନବିହାରୀ ହରପାଲ,କୋଟଗଡ଼ ବିଡ଼ିଓ ଶୁଭକାନ୍ତ ବାଲିଗୁଡା ପି ଆଇଟିଡିଏ କୃପାସିନ୍ଧୁ ବେହେରା ଏବଂ ଅନେକ ଅଧୁକାରୀଗଣ ଉପସ୍ଥିତ ରହି ଥିଲେ ! କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ରଙ୍ଗନାଥ ବଡସେଟ୍ ଙ୍କ ରିପୋର୍ଟ ଷ୍ଟାର ନିୟୁଜ୍ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User