ତୁମୁଡି଼ବନ୍ଧ କେ.ବି ଛାତ୍ରୀନିବାସରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Feb 1, 2026 - 19:28
 0  21
ତୁମୁଡି଼ବନ୍ଧ କେ.ବି ଛାତ୍ରୀନିବାସରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା୦୧/୦୨( ଷ୍ଟାର ନିୟୁଜ ଓଡିଶା )ତୁମୁଡି଼ବନ୍ଧ ବ୍ଲକ ଅନ୍ତର୍ଗତ,ସ୍ଥାନୀୟ  ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବସ୍ଥିତ ହୋଇଥିବା କୋଦଣ୍ଡ ବେହେରlଦଳେଇ ଛାତ୍ରୀ ନିବାସର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷ, ଶ୍ରୀଯୁକ୍ତ ଡ଼କ୍ଟର ସୁନୀଲ କୁମାର ପାତ୍ର ଯୋଗ ଦେଇଥିଲେ,  ସମ୍ମାନିତ ଅତିଥି ଭାବେ ଶିକ୍ଷା ଅଧ୍ୟାପକ,ଶ୍ରୀଯୁକ୍ତ ଡ଼କ୍ଟର ସତ୍ୟ ରଞ୍ଜନ ପାଣିଗ୍ରାହୀ, ଓଡ଼ିଆ ଅଧ୍ୟାପିକା ଶ୍ରୀମତୀ ସରିତା ଭୋଇ,  ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ସ୍ଵର୍ଣ୍ଣଲତା ନାୟକ, ଅଧ୍ୟାପିକା ଶ୍ରୀମତୀ ମାନସ୍ୱାନି ମହାନ୍ତି,ଅତିଥି ଅଧ୍ୟାପକ ଭାବେ ଶ୍ରୀଯୁକ୍ତ ରଞ୍ଜନ ନାୟକ ଯୋଗ ଦେଇଥିଲେ. ଏହି ଅବସରରେ ଛାତ୍ରୀନିବାସର ସୁରୀଟେଣ୍ଡେଣ୍ଟ  ଶ୍ରୀମତୀ ଡ଼କ୍ଟର ମଞ୍ଜୁଳା ମହାପାତ୍ର ବକ୍ତବ୍ୟ ରଖିଥିଲେ ଯେ ଅନ୍ତେବାସୀ ମାନେ ଯଦି ନିଜ ଜୀବନରେ ଶୃଙ୍ଖଳା, ଏକାଗ୍ରତା ଓ ଦୃଢ଼ମାନାକୁ ଲକ୍ଷ୍ୟ ବୋଲି ଧରିନେବେ ତେବେ ତାଙ୍କର ଭବିଷ୍ୟତ ଜୀଵନରେ ଉଜ୍ୱଳମୟ ହୋଇପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ.ସମସ୍ତ ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ. ଛାତ୍ରୀନିବାସ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀମତୀ ପଦ୍ମାବତୀ ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ. ଏହି ଅବସରରେ ଅନ୍ତେବାସୀ ମାନଙ୍କ ମଧ୍ୟରେ ବିଭିନ୍ନ କୌତୁକ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା. ଶୃଙ୍ଖଳିତ ଅନ୍ତେବାସୀ ଭାବେ ଶ୍ରୀମତୀ ପରିମିତା ମଲ୍ଲିକଙ୍କୁ ପୁରସ୍କୃତ କରାଯାଇଥିଲା. ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ତଥା ଛାତ୍ରୀନିବାସ ର କର୍ମଚାରୀ ଶ୍ରୀଯୁକ୍ତ ପ୍ରଶାନ୍ତ ସାହୁ, ଶ୍ରୀଯୁକ୍ତ ଅଭୟ ସାହୁ, ଶ୍ରୀଯୁକ୍ତ ପ୍ରକାଶ ସାହୁ, ଶ୍ରୀଯୁକ୍ତ ଯେପତ ପ୍ରଧାନ, ଶ୍ରୀଯୁକ୍ତ ଅନୁରଡ଼ା ଦାସ, ଶ୍ରୀମତୀ ଏଲିଶା ନାୟକ, ଶ୍ରୀମତୀ କମଳିନୀ ନାୟକ, ଶ୍ରୀମତୀ ପୁର୍ଣିମା ନାୟକ ତଥାନୀଳା ଓ ସଂଗୀତା ପ୍ରମୁଖ ସହଯୋଗ କରିଥିଲେ. ସଭା ଶେଷରେ ଶ୍ରୀମତୀ ଡ଼କ୍ଟର ମଞ୍ଜୁଲା ମହାପାତ୍ର ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.

କନ୍ଧମାଳ ଜିଲ୍ଲାରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ରଙ୍ଗନାଥ ବଡସେଟ୍ ଙ୍କ ରିପୋର୍ଟ ଷ୍ଟାର ନିୟୁଜ୍ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR