କଳାହାଣ୍ଡି ରାଜନୀତିରେ ହଲଚଲ: ଥୁଆମୁଳ ରାମପୁରରେ କଂଗ୍ରେସ ଓ ବିଜେଡିକୁ ଶକ୍ତ ଧକ୍କା, ୫୦ରୁ ଉର୍ଦ୍ଧ୍ବ କର୍ମୀ ବିଜେପିରେ ସାମିଲ।

May 31, 2026 - 14:24
 0  1
କଳାହାଣ୍ଡି ରାଜନୀତିରେ ହଲଚଲ: ଥୁଆମୁଳ ରାମପୁରରେ କଂଗ୍ରେସ ଓ ବିଜେଡିକୁ ଶକ୍ତ ଧକ୍କା, ୫୦ରୁ ଉର୍ଦ୍ଧ୍ବ କର୍ମୀ ବିଜେପିରେ ସାମିଲ।

ଭବାନୀପାଟଣା:  ୩୦l୦୫(ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁର ବ୍ଲକରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ଦୀର୍ଘ ଦିନ ଧରି ଅବହେଳିତ ହୋଇ ରହିଥିବା ଦୁର୍ଗମ ପୋଡାପଦର ଅଞ୍ଚଳରୁ କଂଗ୍ରେସ ଓ ବିଜେଡିର ୫୦ରୁ ଉର୍ଦ୍ଧ୍ବ ଛାମୁଆ କର୍ମୀ ,ଆଦିବାସୀ ମୋର୍ଚ୍ଚା ଉପସଭାପତି ରମେଶ ମାଝୀ ଙ୍କ ନେତୃତ୍ବରେ  ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି।ଭବାନୀପାଟଣା ସର୍କିଟ ହାଉସ୍‌ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ଜିଲ୍ଲା ସଭାପତି ଯୁଗଲ କିଶୋର ପୋଡ଼, ରାଜ୍ୟ ବିଜେପି ଆଦିବାସୀ ମୋର୍ଚ୍ଚା ଉପସଭାପତି ରମେଶ ମାଝୀ ଏବଂ ଥୁଆମୁଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟା ମାଝୀ,ଜିଲ୍ଳା ଅନୁସୁଚିତଜାତି ମୋର୍ଚ୍ଚା ସଭାପତି ବିଷ୍ଣୁ ନାଏକ ଙ୍କ ଉପସ୍ଥିତିରେ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ।ମୁଖ୍ୟସ୍ରୋତରେ ସାମିଲ ହେବାର ଆଶା ପୋଡାପଦର ଅଞ୍ଚଳର ଏହି କର୍ମୀମାନେ ଦୀର୍ଘ ଦଶନ୍ଧି ଧରି ବିକାଶରୁ ବଞ୍ଚିତ ହୋଇ 'ଜଳବନ୍ଦୀ' ଜୀବନ କାଟୁଥିବା ଅଭିଯୋଗ କରିଛନ୍ତି। ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଅବହେଳିତ ହୋଇ ରହିଥିବା ଏହି ଅଞ୍ଚଳବାସୀ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବା କହିଛନ୍ତି। ଏହି ମିଶ୍ରଣ ଫଳରେ ଆଗାମୀ ଦିନରେ ଉକ୍ତ ଅଞ୍ଚଳରେ ବିଜେପି ସଂଗଠନ ଆହୁରି ମଜବୁତ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

What's Your Reaction?

like

dislike

love

funny

angry

sad

wow

SUJAYA EDITOR