କାଳବୈଶାଖୀର ପ୍ରଭାବ ଉଡିଲା ଦୁଇ ଘରର ଆଜବେଷ୍ଟ।

Apr 30, 2025 - 15:00
0 151
କାଳବୈଶାଖୀର ପ୍ରଭାବ ଉଡିଲା ଦୁଇ ଘରର ଆଜବେଷ୍ଟ।

ଝରିଗାଁ,୩୦l୪(ଷ୍ଟାର ନିୟୁଜ ଓଡ଼ିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତରେ ଗତକାଲି ରାତ୍ର କାଳବୈଶାଖୀ ପ୍ରଭାବରେ ବର୍ଷା ଘଡ଼ଘଡ଼ି ସହ ପ୍ରବଳ ପବନ ହୋଇଥିଲା।ଫଳରେ ଇଚ୍ଛାପୁର ପଞ୍ଚାୟତର ଦୁମୁଣିଗୁଡ଼ା ଗ୍ରାମର ଋଷି ହରିଜନଙ୍କ ଘରେ ଲାଗିଥିବା ୨୪ଟି ଆଜବେଷ୍ଟ ମଧ୍ୟରୁ ୧୪ଟି ଆଜବେଷ୍ଟ ପବନରେ ଉଡ଼ି ଯାଇଥିବା ବେଳେ ଅନାଥ ଛତ୍ରୀଆଙ୍କ ଘରେ ଲାଗିଥିବା ୮ଟି ଆଜବେଷ୍ଟ ପବନରେ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।ଉଭୟ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି।ଖବର ପାଇ ସ୍ଥାନୀୟ ସରପଞ୍ଚ ଜଗଦୀଶ ମାଝୀ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ମାନଙ୍କ ସହ ଆଲୋଚନା କରିବା ସହ ଘଟଣା ନେଇ ଝରିଗାଁ ରାଜସ୍ୱ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ଦେଇଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User