ଗଞ୍ଜେଇ ଚାଷ ଓ ଚାଲାଣ ରୋକିବାକୁ କନ୍ଧମାଳ ପୋଲିସ ପ୍ରଶାସନ ର ଅଭିନଵ ପ୍ରୟାସ

ଗଞ୍ଜେଇ-ଚାଷ-ଓ-ଚାଲାଣ-ରୋକିବାକୁ-କନ୍ଧମାଳ-ପୋଲିସ-ପ୍ରଶାସନ-ର-ଅଭିନଵ-ପ୍ରୟାସ

Mar 31, 2025 - 13:03
Updated: 1 year ago
0 223
ଗଞ୍ଜେଇ ଚାଷ ଓ ଚାଲାଣ ରୋକିବାକୁ  କନ୍ଧମାଳ ପୋଲିସ ପ୍ରଶାସନ ର ଅଭିନଵ ପ୍ରୟାସ

ଫିରିଙ୍ଗିଆ,୩୧l୩:କନ୍ଧମାଳ ଜ଼ିଲ୍ଲା ର ବିଭିନ୍ନ ଥାନା ଅଞ୍ଚଳ ରେ ଦିନକୁ ଦିନ ବ୍ୟାପକ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ହେଉଥିବାରୁ ଜ଼ିଲ୍ଲା ରେ ସାମାଜିକ ଅଶାନ୍ତି ଅପରାଧ ବୃଦ୍ଧି ପାଉଛି l ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି l ଚାଷୀ ଙ୍କୁ ଗଞ୍ଜେଇ ବେଆଇନ ଚାଷରୁ ନିବୃତ ରହି ଲାଭବାନ ଷ୍ଟବେରି, ଡ୍ରାଗନ ଫ୍ଲୁଡ଼, ମାଣ୍ଡିଆ ଚାଷ ମାଛ ଚାଷ ଗୋପାଳନ ରେ ମନନିବେଶ କରିବାପାଇଁ  କନ୍ଧମାଳ ପୋଲିସ ପ୍ରଶାସନ ପକ୍ଷରୁ ଫିରିଙ୍ଗିଆ ଥାନା ଅନ୍ତର୍ଗତ  ଉପାନ୍ତ କୁମ୍ଭାରୀ ଖୋଲ ଗାଁ ରେ ଜନ ସମ୍ପର୍କ ଓ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏସ. ପି  ହରିଶବିଶି ସମ୍ମାନିତ ଅତିଥି ଭାବେ ଫୁଲବାଣୀ ସଦର ଏସ. ଡ଼ି. ପି. ଓ  ଶୁଭ୍ରଜିତ ବିଶ୍ଵାଳ ,  ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ପୃଥିବୀ ରାଜ ମହାନନ୍ଦ, ପୂର୍ବତନ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର  ଥାନା ଅଧିକାରୀ ଚିରଞ୍ଜିବି ବେହେରା, ବନପାଳ  ଦିଲ୍ଲୀପ କୁମାର ବିଶ୍ୱାଳ , ବି. ଏସ. ଏଫ ଅଧିକାରୀ ଏଲ ଟୁ ବେ ଲ ସାର, ପ୍ରମୋଦ ସାର, ପୂର୍ବତନ ସରପଞ୍ଚ ବ୍ରିଷ୍ଣୁ ଚରଣ ମଳିକ  କଂଗ୍ରେସ ନେତା ଘନ ଶବର ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ରହି ସରକାର ଙ୍କ ତରଫରୁ ଚାଷୀ ଙ୍କୁ ମିଳୁଥିବା ସହାୟତା ଉପରେ ଆଲୋକପାତ କରିଥିଲେ ଲ ପୋଲିସ ପ୍ରଶାସନ ପକ୍ଷରୁ ଯୁବକ ସଂଘ ଙ୍କୁ ଫୁଟବଲ, ଭାଲିବଲ, ଜର୍ସି ଏବଂ ମହିଳା ମାନଙ୍କୁ ଶୀତ ବସ୍ତ୍ର ଛତା ଜୋତା, ପିଲାଙ୍କୁ ଖେଳ ଉପକରଣ, ପାଠ୍ୟ ପୁସ୍ତକ ବହି ଖାତା ଆଦି ବଣ୍ଟନ କରାଯାଇ ଥିଲା lବରିଷ୍ଠ ନାଟ୍ୟକାର  ତଥା ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ ଙ୍କ ରଚିତ ଓ ନିର୍ଦ୍ଦେଶିତ ପଥପ୍ରାନ୍ତ ନାଟକ " ନୀଳ ଜହର "  ଯୁବନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ କନ୍ଧମାଳ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳାବିକାଶ କେନ୍ଦ୍ର ର କଳାକାର ମାନଙ୍କ ଦ୍ୱାରା ନାଟକ ପରିବେଷଣ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୁବଗୋଷ୍ଠୀ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ, ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User