ଚିକିତ୍ସା ଅବହେଳାରୁ ଯୁବତୀଙ୍କ ଗଲା ଜୀବନ, ରାତି ଅଧରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା।

Sep 21, 2025 - 21:24
0 26
ଚିକିତ୍ସା ଅବହେଳାରୁ ଯୁବତୀଙ୍କ ଗଲା ଜୀବନ, ରାତି ଅଧରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା।

କଳାହାଣ୍ଡି,୨୧l୯(ଷ୍ଟାର ନିୟୁଜ ଓଡିଶା ): ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରୋଗୀ ଙ୍କୁ ଗୁରୁତ୍ବ ଦେଉନାହାନ୍ତି ଡାକ୍ତର , ଯାହାଫଳରେ ଚାଲିଗଲା ରୋଗୀ ଙ୍କ ଜୀବନ ।ଏଭଳି ଅଭିଯୋଗ ଆଣିଛନ୍ତି ମୃତ ଯୁବତୀ ଙ୍କ ପରିବାର ।ଜୁନାଗଡ଼ ଥାନା ମକଡସୋଲା ଗ୍ରାମର ୨୨ ବର୍ଷୀୟ ଦଇମତି ଭୋଇଙ୍କୁ କିଛି ଦିନ ହେଲା ଜ୍ବର ହେଉଥିଲା । ଜ୍ବରର ବଢିବାରୁ ଗତ କାଲି ସନ୍ଧ୍ୟା ୭ ଟାରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ପରିବାର ତାଙ୍କୁ ଭର୍ତ୍ତି କରିଥିଲେ । ହସ୍ପିଟାଲ ରେ ଗୁରୁତର ରୋଗୀ ଙ୍କ ପାଖକୁ ଡାକ୍ତର ଠିକ୍ ସମୟରେ ନ ଆସିବାରୁ ରୋଗୀଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହେଇଥିବା ପରିବାର ଲୋକେ ଅଭିଯୋଗ ଆଣି ରାତ୍ରି ସମୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରାତି ଅଧରେ ଉତ୍ତେଜନା ଦେଖା ଦେଇଥିଲା । ଟାଉନ ଥାନା ପୋଲିସ ପହଂଚି ପରିବାର ଲୋକଙ୍କୁ ବହୁ ସମୟ ଧରି ବୁଝାସୁଝା ପରେ ସ୍ଥିତି ସ୍ବାଭାବିକ ହୋଇଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User