ଜଙ୍ଗଲ ମଧ୍ୟରେ ଅବାଧ ଗୃହ ଉଛେଦ କଲେ ଝରୀଗାଁ ବନବିଭାଗ ( ଏକ୍ସନ ମୋଡ଼ରେ ଝରୀଗାଁ ବନବିଭାଗ, ଅବାଧ 28 ଟି ଗୃହ ହେଲା ଉଛେଦ)।

Jun 01, 2025 - 17:53
0 191

ଝରୀଗାଁ,୧l୫(ଷ୍ଟାର ନିୟୁଜ):  ଆଜି ଝରୀଗାଁ ବ୍ଲକ ଝରୀଗାଁ ଗ୍ରାମପଂଚାୟତ ଅନ୍ତର୍ଗତ ହାତିବାଡ଼ି ଠାରେ ବେଆଇନ ଭାବେ ଜଙ୍ଗଲ ଜମିରେ ନିର୍ମାଣ କରାଯାଇଥିବା ଗୃହ ଏବଂ ଦୋକାନ ଗୃହ ଗୁଡିକ ଉଛେଦ କରାଯାଇଛି, ଏବେ ପୁରା ଆକ୍ସନ ମୋଡ଼ରେ ରହିଛି ଝରୀଗାଁ ବନବିଭାଗ। ଝରୀଗାଁ ବନାଞ୍ଚଳ ଝରୀଗାଁ ରେଞ୍ଜ ଝରୀଗାଁ ବିଟ ହାତିବାଡ଼ି ମୁଖ୍ୟ ସଡ଼କର ଉଭୟ ପାର୍ଶ୍ୱରେ ବେଆଇନ ଭାବେ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିଲା ଗୃହ ଏବଂ ଦୋକାନ ଗୃହ |ଯାହାକୁ ଆଜି ସକାଳ 10ଘଣ୍ଟା ସମୟରୁ ପୋଲିସ ଛାଉଣୀ ମଧ୍ୟରେ ଉଛେଦ କରାଯାଇଥିଲା |ଉଛେଦ ବେଳେ ଝରୀଗାଁ ରାଜସ୍ବ ବିଭାଗ, ପୋଲିସ ବିଭାଗ ଏବଂ ବନବିଭାଗର ଉପସ୍ଥିତିରେ ମୋଟ 28 ଟି ଅବାଧ ଗୃହ ଗୁଡିକୁ ଉଛେଦ କରାଯାଇଥିଲା | ଉଛେଦ ସମ୍ପର୍କରେ ଗତ 18 ମଇ 2025 ରେ ଜବରଦଖଲକାରୀଙ୍କୁ ନୋଟିସ ମଧ୍ୟ କରାଯାଇଥିଲା | ତେବେ ଆଜି ନବରଙ୍ଗପୁର ଜିଲ୍ଲା ବନ ବିଭାଗ ଅଦିକାରୀ ଶୁବେନ୍ଦୁ ପ୍ରସାଦ ବେହେରା,ଝରୀଗାଁ ତହସିଲଦାର ସୁମନ୍ତ ପାତ୍ରଏବଂ SCF ସୁବାସ ଚନ୍ଦ୍ର ଖୁଣ୍ଟିଆ, ଏବଂ ଛଅ ଗୋଟି ରେଞ୍ଜ ନବରଙ୍ଗପୁର, କୋଡିଗାଁ, ଡାବୁଗାଁ, ଉମରକୋଟ, ରାଇଘର, ଝରୀଗାଁ ର ରେଞ୍ଜର,ଫୋରେଷ୍ଟର ଏବଂ ଫୋରେଷ୍ଟ ଗାର୍ଡ, ଝରୀଗାଁ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ. ଏହା ଝରୀଗାଁ ରେ ବନବିଭାଗ ତରଫରୁ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଝରୀଗାଁ ସଦର ମହକୁମା ର ଝରୀଗାଁ ଚନ୍ଦାହାଣ୍ଡି ରାସ୍ତା ଏବଂ ଝରୀଗାଁ- ଡାବୁଗାଁ ରାସ୍ତାରେ ସରକାରୀ ଜମିକୁ ଜବରଦଖଲ କରି ଉଧେଶ୍ୟ ମୂଳକ ଭାବେ ନିର୍ମାଣ ଗୃହ ଗୁଡିକର ଉଛେଦ ଲାଗି ରାଜସ୍ବ ବିଭାଗ କେବେ ତତ୍ପରତା ଦେଖାଉଛି, ଏବେ ଅପେକ୍ଷାରେ?

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User