ଜନ୍ମଗତ ହୃଦରୋଗ ରେ ଆକ୍ରାନ୍ତ ପିଲାମାନଙ୍କ ପାଇଁ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏକ ବରଦାନ

Aug 12, 2025 - 21:15
0 32
ଜନ୍ମଗତ ହୃଦରୋଗ ରେ ଆକ୍ରାନ୍ତ ପିଲାମାନଙ୍କ ପାଇଁ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏକ ବରଦାନ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟଠାରେ ତା. ୧୨.୦୮.୨୦୨୫ (ଷ୍ଟାର ନିୟୁଜ ଓଡିଶା )ମଙ୍ଗଳବାର ଦିନ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଅରବିଏସକେ) ଯୋଜନା ମାଧ୍ୟମରେ ଜନ୍ମରୁ ଅଠର ବର୍ଷ ଶିଶୁଙ୍କ ପାଇଁ ମାଗଣା ହୃଦରୋଗ ଚିକତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି I ଏହି ଶିବିରରେ କାଲାହାଣ୍ଡି ଜିଲ୍ଲା ତଥା ଏହାର ଆଖପାଖ ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୮୪ ପିଲା ଚିକିତ୍ସା ପାଇଁ ଆସିଥିଲେ I ଆରବିଏସକେ କାର୍ଯ୍ୟକ୍ରମ ଦ୍ୱାରା ଅନୁବନ୍ଧିତ କଳିଙ୍ଗ ହସ୍ପିଟାଲ ଭୁବନେଶ୍ୱରର ଅଭିଜ୍ଞ ହୃଦରୋଗ ବିଶେଷଜ୍ଞ ଡ.ପଙ୍କଜ କୁମାର ମିଶ୍ର, ଡ. ମନ୍ମୟ ପାଢ଼ୀ ଓ ତାଙ୍କ ଟିମ ର ସହଯୋଗରେ ଏହି ସ୍ୱାସ୍ଥ୍ୟ ଶିବିରଟି ଆୟୋଜିତ ହୋଇଥିଲା I ଆରବିଏସକେ କଳାହାଣ୍ଡି ଜିଲ୍ଲାରେ ପ୍ରତିବର୍ଷ ଏପରି ଶିବିରର ଆୟୋଜନ କରି ମୋଟ 505 ଜଣ ଶିଶୁଙ୍କୁ ସଫଳ ପୂର୍ବକ ଚିକିତ୍ସା ଯୋଗାଇ ଦେଇପାରିଛି I ଜନ୍ମଗତ ହୃଦ୍ ରୋଗ ହେଉଛି ଏକ ଅବସ୍ଥା ଯାହା ହୃଦୟର ଗଠନ ଏବଂ କାର୍ଯ୍ୟକୁ ପ୍ରଭାବିତ କରିଥାଏ ଏବଂ ଜନ୍ମ ସମୟରୁ ମଧ୍ୟ ହାଇପାରେ | ଏହା ସାମାନ୍ୟରୁ ଗମ୍ଭୀର ପର୍ଯ୍ୟନ୍ତ ହୋଇପାରେ, ଏବଂ ଯଦି ଏହାର ଚିକିତ୍ସା କରା ନ ଯାଏ ତେବେ ଏହା ସ୍ୱାସ୍ଥ୍ୟଗତ ଜଟିଳତା ସୃଷ୍ଟି କରିଥାଏ  ଏବଂ ମୃତ୍ୟୁ ମଧ୍ୟ ହୋଇପାରେ | ତଥାପି, ଶୀଘ୍ର ଚିହ୍ନଟ ଏବଂ ଠିକ୍ ସମୟରେ ଚିକିତ୍ସା ଦ୍ୱାରା, ଜନ୍ମଗତ ହୃଦ୍ ରୋଗରେ ପୀଡିତ ଅନେକ ପିଲା ସାଧାରଣ ଓ ସୁସ୍ଥ ଜୀବନଯାପନ କରିପାରନ୍ତି | ଅନୁଷ୍ଠିତ କ୍ୟାମ୍ପରେ ପଂଜିକୃତ ୮୪ ଜଣଙ୍କ ମଧ୍ୟରୁ ୪୨ ଜଣ ଗୁରୁତର ଶିଶୁଙ୍କୁ ଚିହ୍ନଟ କରାଯାଇ ଅଧିକ ଚିକିତ୍ସା ବା ଅସ୍ତ୍ରୋପଚାର ପାଇଁ କଳିଙ୍ଗ ହସ୍ପିଟାଲ ଭୁବନେଶ୍ୱରକୁ ପଠାଇବା ପାଇଁ ନିଶ୍ଚିତ କରାଯାଇଛି I ଏପରିକି ରୋଗୀ ଏବଂ ସେମାନଙ୍କ ସେବାୟତଙ୍କ ପରିବହନ ଠାରୁ ଆରମ୍ଭ କରି ସମସ୍ତ ଚିକିତ୍ସା ଖର୍ଚ୍ଚ ଆରବିଏସକେ ବହନ କରେ। ପଶ୍ଚିମ ଓଡ଼ିଶାରେ ହୃଦରୋଗ ବିଶେଷଜ୍ଞଙ୍କ ଅଭାବରୁ ଅନେକ ଶିଶୁ ହୃଦରୋଗୀ ଚିହ୍ନଟ ହୋଇ ପାରୁନଥିଲେ କିନ୍ତୁ ଅରବିଏସକେ ମାଧ୍ୟମରେ ହେଉଥିବା ସ୍ୱାସ୍ଥ୍ୟ ଶିବିର ଏହି ଅଭାବକୁ ଦୂରୀଭୂତ କରି ଉତ୍ତମ ଚିକିତ୍ସା ଦେବାରେ ସହାୟକ ହୋଇପାରିଛି ଏବଂ ହୃଦରୋଗୀ ଶିଶୁଙ୍କ ପାଇଁ ବରଦାନ ସାଜିଛି I ଆଜିର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ନିହାରେନ୍ଦ୍ର ପଣ୍ଡା  , ଉପଚିକିତ୍ସାଧିକାରୀ ଡ. ଦେବୀ ପ୍ରସାଦ ମହାପାତ୍ର, ଡିପିଏମ ଦିଲୀପ କୁମାର ଦୁବେ, ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ କୃଷ୍ଣ ଚନ୍ଦ୍ର ପ୍ରଧାନ, ତଥା କଳିଙ୍ଗ ହସ୍ପିଟାଲ କର୍ମକର୍ତ୍ତା ସମେତ ଡ଼ିଏଆଇସିର ସମସ୍ତ କର୍ମକର୍ତ୍ତା ଓ ମୋବାଇଲ ହେଲଥ ଟିମର ଆୟୁଷ ଡାକ୍ତର, ଫାର୍ମାସିଷ୍ଟ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ I ପ୍ରକୃତରେ, ରାଷ୍ଟ୍ରିୟ ବାଲ୍ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ ଜନ୍ମଗତ ହୃଦ୍ ରୋଗରେ ପୀଡିତ ପିଲାମାନଙ୍କ ପାଇଁ ଏକ ବରଦାନ, କାରଣ ଏହା କେବଳ ଏହି ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀରେ ଉନ୍ନତି ଆଣେ ନାହିଁ ବରଂ ଦେଶରେ ଜନ୍ମଗତ ହୃଦ୍ ରୋଗର ସାମଗ୍ରିକ ଭାର ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User