ଓଡିଶା ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ଵିତୀୟ ଦିନରେ ସାମୂହିକ ଛୁଟିରେ ଅମଲା କର୍ମଚାରୀ

Aug 12, 2025 - 21:02
0 18
ଓଡିଶା ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ଵିତୀୟ ଦିନରେ ସାମୂହିକ ଛୁଟିରେ ଅମଲା କର୍ମଚାରୀ

:-ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟ ପ୍ରଭାବିତ 
:-ଜନ ସାଧାରଣ ଅସୁବିଧା ସମ୍ମୁଖୀନ 
:-ଅଫିସ ରେ ଚୌକି ଖାଲି


ଭବାନୀପାଟଣା ତା ୧୨/୮( ଷ୍ଟାର ନିୟୁଜ ଓଡିଶା )ଓଡିଶା ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ୨ୟ ଦିନରେ। ୧୦ ପ୍ରମୁଖ ଦାବୀ କୁ ନେଇ ରାଜ୍ୟ ବ୍ୟାପି  ଅମଲା ମାନେ ଓଡିଶା ରାଜ୍ଵସ ଅମଲା ସଙ୍ଘର ଆହ୍ୱାନକ୍ରମେ ସୋମବାର ଠାରୁ ସମୂହ ଛୁଟିରେ ଯାଇଛନ୍ତି। ପୂର୍ବରୁ କଳା ବ୍ୟାଚ ପରିଧାନ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ। ୮ତାରିଖ ସୁଦ୍ଧା ସରକାର କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରିନଥିବାରୁ  ୧୧ତାରିଖରୁ ସମଗ୍ର ରାଜ୍ୟର ଅମଲା ମାନେ ସମୂହ ଛୁଟିରେ ଯାଇ ପ୍ରତିବାଦ କରିଛନ୍ତି।
ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେ ତହସିଲ, ବ୍ଲକ, ସମନ୍ବିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ମାନେ ଛୁଟିରେ ସୋମବାର ଠାରୁ ଯାଇଛନ୍ତି। ତେଣୁ ରାଜ୍ଵସ ଅମଲା ସଙ୍ଘ ସଦସ୍ୟ ଙ୍କ ଅନୁପସ୍ଥିତ ରେ ସମସ୍ତ କାର୍ଯ୍ୟାଳୟ ଦୈନଦିନ କାର୍ଯ୍ୟ ଠପ୍ ହୋଇଯାଇଛି। ଏହାଦ୍ୱାରା ଜନ ସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ରାଜ୍ୟ ସରକାର ସେମାନଙ୍କ ଦାବୀ ସମ୍ପର୍କରେ ଆଲୋଚନା କରି ବିହିତ ପଦକ୍ଷେପ୍ ନେବାକୁ ସାଧାରଣ ଜନତା ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି। ଦାବୀ ଗୁଡିକ ମଧ୍ୟରେ ଅମଲାଙ୍କ ଦରମା ଲେଭେଲ ୯କୁ ବୃଦ୍ଧି, ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ଜିଲ୍ଲାପାଳଙ୍କ ସୁପାରିଶକୁ ଭିତ୍ତି କରି ନୂତନ ପଦ ସୃଷ୍ଟି ଓ ପୁର୍ନଗଠନ କରିବା, କନିଷ୍ଠ ଅମଲା ମାନଙ୍କ ରେସିଡେନ୍ସୀ ୬ବର୍ଷ ସ୍ଥାନରେ ୪ବର୍ଷ କରିବା, ରାଜ୍ୟ ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ପାଈଁ ବାର୍ଷିକ ୨୦ଲକ୍ଷ ସ୍ୱାସ୍ଥ୍ୟ ବୀମା ଲାଗୁ, ୨୦୨୨ପରିବର୍ତ୍ତେ ୧୯୯୦ନିୟମ ଅନୁଯାୟୀ ପୁନଃ ଥଇଥାନ କରିବା ଓ ନୂତନ ପେନସନ ଯୋଜନା ପରିବର୍ତ୍ତେ ପୁରାତନ ପେନସନ ଲାଗୁ କରିବା ପ୍ରଭୁତି ରହିଛି।ଏହି ପ୍ରତିବାଦ ମଞ୍ଚରେ ସୁନୀଲ କାନୁନଗୋ, ଲଷ୍ମୀନାରାୟଣ ପୃଷ୍ଟି, କାଶୀନାଥ ଦଣ୍ଡସେନା, ବିଷ୍ଣୁ ଚରଣ ପାତ୍ର, ଅଜିତ କୁମାର ସାହୁ, ସୁଦୀପ୍ତ ରଞ୍ଜନ ସିଂ, ଚିନ୍ମୟୀ ଠାକୁର, ଶୁଭଲକ୍ଷ୍ମୀ ନାୟକ, ଲେଖାରାମ ଗହୀର ପ୍ରମୁଖ ଉପସ୍ଥିତ ରହିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User