ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର ଅନୁଷ୍ଠିତ ।

Sep 8, 2025 - 19:44
 0  76
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନଶୁଣାଣି ଶିବିର ଅନୁଷ୍ଠିତ ।

ଝରିଗାଁ,୮l୯(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ମୋଟ 30ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଏଥି ମଧ୍ୟରୁ 11ଟି ବ୍ୟକ୍ତିଗତ ଓ 19ଟି ସାମୂହିକ ଅଭିଯୋଗ ରହିଥିଲା। ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ କରିବା ନିମନ୍ତେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ|ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଏସପି ମଡ଼କଡ଼ର ସନ୍ଦୀପ ସମ୍ପତ,ଉପ ଜିଲ୍ଲାପାଳ ବିଶ୍ୱଜିତ ଚନ୍ଦ୍ର ବରମନ,ସିଡ଼ିଓ ବିରଞ୍ଚି ନାରାୟଣ ଦରୱାନ,ଏସଡିଏମ ପ୍ରକାଶ କୁମାର ମିଶ୍ର,ସିଡ଼ିଏମ ସନ୍ତୋଷ କୁମାର ପଣ୍ଡା,ସିଡ଼ିଭିଓ ରାଧେଶ୍ୟାମ ଲାଇକ,ଏଡିଓ ଅନିଲ କୁମାର ପ୍ରହରାଜ,ଏଡିଇଓ ପ୍ରକାଶ ଚନ୍ଦ୍ର ମହାଳିକ,ସିଏସଓ ଦେବାଶିଷ ମହାନ୍ତି,ଡିଏସଡବ୍ଲୁ ଦ୍ରୌପଦୀ କହଁର, ବିଡ଼ିଓ ମଧୁସୂଦନ ମାଝୀ, ଚେୟାରମ୍ୟାନ ଦୁର୍ଗା ପ୍ରସାଦ ମାଝୀ, ତହସିଲଦାର ସୁମନ୍ତ ପାତ୍ର,ସିଡିପିଓ ବିରାଜ ମୋହିନୀ ପାଙ୍ଗି,ଡିଏଫଓ ବିଷ୍ଣୁ ଚରଣ କିସାନ,ଡାକ୍ତର ଅରବିନ୍ଦ ପଣ୍ଡା,ବେଈଓ ସୁନିତା ସିଂ,ଏଇଇ ବିଶ୍ୱରଂଜନ ଦେହୁରି,ଏଇଇ ଅରୁଣ କୁମାର ନାୟକ,ଆରଡବ୍ଲୁଏସଏସ ଜେଇ ଲିଙ୍ଗରାଜ ବାଘଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow