ବନବିଭାଗ ପକ୍ଷରୁ ସବୁଜ ରଥ ଶୁଭାରମ୍ଭ କଲେ ବିଧ୍ୟାୟକ।

Sep 8, 2025 - 19:42
 0  22
ବନବିଭାଗ ପକ୍ଷରୁ ସବୁଜ ରଥ ଶୁଭାରମ୍ଭ କଲେ ବିଧ୍ୟାୟକ।

ଝରିଗାଁ,୮l୯(ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଆଜି ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂ ଭତରା ଯୋଗଦେଇ ଚାରା ବିତରଣ ଯାନ ସବୁଜ ରଥର ଯାତ୍ରା ଶୁଭାରମ୍ଭ କରିଛନ୍ତି, ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସାଂସଦ ବ୍ଲକ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବିଜେପି ର ବରିଷ୍ଠ କର୍ମୀ ଗିରି ପାଣ୍ଡେ, ପ୍ରଫୁଲ୍ଲ ପ୍ରଧାନୀଙ୍କ ସମେତ ବିଜେପି ଦଳୀୟ କର୍ମୀ ଓ କର୍ମକର୍ତା ଉପସ୍ଥିତ ରହିଥିବା ବେଳେ ବନ ବିଭାଗ କର୍ମଚାରୀ ମାନଙ୍କ ମଧ୍ୟରେ ଝରିଗାଁ ବନାଞ୍ଚଳ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାୟକ,ନୂତନ ରେଞ୍ଜର ଏ କେ ସାହୁ, ଫରେଷ୍ଟର ଗୁପ୍ତ ପ୍ରସାଦ ମହାନ୍ତି, ଫୋରେଷ୍ଟ ଗାର୍ଡ ରାଜୁ ମଣ୍ଡଳ, କୃଷ୍ଣ ବିଷୋୟୀ, ଏ ଯେ ୟାଇ ଷ୍ଟାଫ ଓ ପାରାଗାର୍ଡ ଷ୍ଟାଫ , ସ୍ୱେତ୍ସାସେବି ସଂସ୍ଥା ଗ୍ରାମ ବିକାଶ ସଂଗଠନ କର୍ଡିନେଟର ସରୋଜ ଦଳେଇ ଉପସ୍ଥିତ ରହିଥିଲେ |ପ୍ରକାଶ ଥାଇକି, ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜ ୭୫ ତମ ଜନ୍ମଦିନ ଉପଲକ୍ଷେ ଓଡ଼ିଶାରେ ୧୭ ଲକ୍ଷ ଚାରା ରୋପଣ ପାଇଁ ସଂକଳ୍ପ ନେଇଥିବା ବେଳେ ରାଜ୍ୟର ପ୍ରତି ଜିଲ୍ଲା, ବ୍ଲକ ଓ ପଂଚାୟତରେ ଚାରା ରୋପଣ ପାଇଁ ନିର୍ଦେଶ କରିଛନ୍ତି |ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭାରମ୍ଭ ହୋଇଯାଇଛି |ଏହି ଯାନ ବ୍ଲକର ପ୍ରତ୍ୟେକ ପଂଚାୟତ ବୁଲି ଚାରା ବିତରଣ କରିବା ନେଇ ନିର୍ଦ୍ଧାରିତ ହୋଇଥିବ ବେଳେ ,ଝରିଗାଁ ଓ ଚନ୍ଦାହାଣ୍ଡି ଉଭୟ ବ୍ଲକରେ ୨୨୧୦୦ ଚାରା ରୋପଣ ଧାର୍ଯ୍ୟ ହୋଇଛି। ପ୍ରତ୍ୟେକ ପଂଚାୟତରେ ୫୦୦ ଶହ ଚାରା ଯୋଗେଇ ଦେବାର ନିର୍ଦେଶ ରହିଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow