ଜୀବିକା ମିଶନ କାର୍ଯ୍ୟାଳୟରେ ତାଲା ଦେଇ ଧାରଣାରେ ବସିଲେ ୬ ପଞ୍ଚାୟତର ଜୀବିକା ମିଶନର କର୍ମଚାରୀ।

Apr 29, 2025 - 19:57
0 340
ଜୀବିକା ମିଶନ କାର୍ଯ୍ୟାଳୟରେ ତାଲା ଦେଇ ଧାରଣାରେ ବସିଲେ ୬ ପଞ୍ଚାୟତର ଜୀବିକା ମିଶନର କର୍ମଚାରୀ।

ଝରିଗାଁ,୨୯l୪(ଷ୍ଟାର ନିୟୁଜ ଓଡ଼ିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଓଡିଶା ଜୀବିକା ମିଶନ ଶକ୍ତିରେ କାର୍ଯ୍ୟରତ ୬ଟି ପଞ୍ଚାୟତର କାର୍ଯ୍ୟରତ କର୍ମଚାରୀ ମାନେ ୧୬ ମାସର ଦରମା ପାଇନଥିବା ଅଭିଯୋଗ କରି ଆଜି ଝରିଗାଁ ସ୍ଥିତ ଓଡ଼ିଶା ଜୀବିକା ମିଶନ ଉପ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇବା ସହ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇ ବସିଛନ୍ତି।ଯେଉଁ ଦିନ ପର୍ଯ୍ୟନ୍ତ ୧୬ ମାସର ଦରମା ମିଳିନାହିଁ ସେହି ଦିନ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। ଅଭିଯୋଗ ପ୍ରକାରେ ଝରିଗାଁ ବ୍ଳକର ରତାଖଣ୍ଡିଗୁଡ଼ା ପଞ୍ଚାୟତ ସହ ଭାଲୁକନାଡ଼ି, ପାଲିଆ,ବାଣୁଆଗୁଡ଼ା,କୁଟ୍ରିଛାପର ଏବଂ ଡଙ୍ଗରିଗୁଡ଼ା ପଞ୍ଚାୟତର କାର୍ଯ୍ୟରତ MBK ( ଦକ୍ଷ ନଥିପତ୍ର ଲେଖିକା),CRP ( ଗୋଷ୍ଠୀ ସହାୟିକା),କୃଷି ମିତ୍ର, ପ୍ରାଣୀ ମିତ୍ର ମୋଟ ୭୦ରୁ ଉର୍ଦ୍ଧ୍ବ କର୍ମଚାରୀ ଗତ ୧୬ ମାସ ହେଲା ଦରମା ପାଇ ନାହାନ୍ତି।ଦରମା ନପାଇବା ନେଇ ବ୍ଲକ ଠାରୁ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା।ଏପରିକି ଗତ ଫେବୃଆରୀ ମାସ ଠାରୁ ସମସ୍ତେ କାର୍ଯ୍ୟ ବନ୍ଦ କରିବା ପରେ ମଧ୍ୟ କେହି ଦରମା ପ୍ରଦାନ ନେଇ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି।ଆଜି ସକାଳୁ ପ୍ରାୟ ସାଢ଼େ ୧୦ ଘଣ୍ଟା ସମୟରେ ୬ଟି ପଞ୍ଚାୟତର ଜୀବିକା ମିଶନ ଶକ୍ତିର କର୍ମଚାରୀ ମାନେ ଏକତ୍ରିତ ହୋଇ ଏକ ସଭାଯାତ୍ରାରେ ଝରିଗାଁ ବ୍ଲକ ଅଫିସ ଆସିଥିଲେ।ପରେ ଓଡ଼ିଶା ଜୀବିକା ମିଶନ ଉପ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇବା ସହ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି।ଝରିଗାଁ ପ୍ରଶାସନ ପକ୍ଷରୁ BLC ରମେଶ ତାଡିଙ୍ଗି ଏବଂ BPC ଜୟନ୍ତ କୁମାର ରତି ଧାରଣା ଦେଇଥିବା କର୍ମଚାରୀ ମାନଙ୍କୁ ବୁଝାସୁଝା କରିବା ପରେ ସନ୍ଧ୍ୟା ସମୟରେ ଧାରଣାରୁ ଉଠିଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User