ନିଲାମ ଦେଉଛନ୍ତି ହେଲେ ପଙ୍କ ଉଦ୍ଧାର ହେଉନି କି ସଫା କରାଯାଉନି ।

Apr 29, 2025 - 19:54
 0  78
ନିଲାମ ଦେଉଛନ୍ତି ହେଲେ ପଙ୍କ ଉଦ୍ଧାର ହେଉନି କି ସଫା କରାଯାଉନି ।

ଖଜୁରୀପଡା ,୨୯l୪: କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ନଗଲେଜୁ ଗ୍ରାମର ବନ୍ଧ ନିଲାମ ଦିଆଯାଉଛି କିନ୍ତୁ ପଙ୍କ ଉଦ୍ଧାର ହେଉ ନାହିଁ କି ସଫା କରାଯାଉନି । ସୂଚନା ପ୍ରକାରେ ଦଳପଡା ପଞ୍ଚାୟତ ନଗଲେଜୁ ଗ୍ରାମରେ ଏକ ସରକାରୀ ବନ୍ଧ ଅଛି ଏହି ବନ୍ଧ ଦୀର୍ଘଦିନ ହେବ ମରାମତି କରାଯାଇନି । ଚାରି ପଟେ ଲଟା ହେବା ସହିତ ବନ୍ଧ ଭିତରେ ମଧ୍ୟ ଲଟା ମାଡିଯାଇ ଜଙ୍ଗଲ ପରି ହୋଇଛି । ଭିତରେ ପଙ୍କ ହୋଇଥିବାରୁ ପାଣି ମଧ୍ୟ ରହୁନାହିଁ ଖରାଦିନ ହେଲେ ପାଣି ଶୁଖି ଯାଉଛି । ପଞ୍ଚାୟତ ତରଫରୁ ନିଲାମ କରାଯାଉଛି କିନ୍ତୁ ପଙ୍କ ଉଦ୍ଧାର କରାଯାଉ ନାହିଁ କି ଲଟା ସଫା କରାଯାଉନି । ଯାହା ଫଳରେ ଗାଁର ଜନ ସାଧାରଣ ଗାଧେଇବା ପାଇଁ ଓ ପ୍ରାଣୀ ମାନେ ପିଇବା ପାଇଁ ପାଣି ପାଇପାରୁ ନାହାନ୍ତି । ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଲଟା ସଫା କରାଯିବା ସହିତ ପଙ୍କ ଉଦ୍ଧାର କରି ମରାମତି ପାଇଁ ବୁଦ୍ଧିଜୀବି ମହଲରୁ ଦାବି ହେଉଛି ।

What's Your Reaction?

like

dislike

love

funny

angry

sad

wow