ଝରିଗାଁରେ "ଆସ ସ୍କୁଲ ଯିବା" ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

Aug 09, 2025 - 17:46
0 177
ଝରିଗାଁରେ "ଆସ ସ୍କୁଲ ଯିବା" ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଝରିଗାଁ,୯l୮(ଷ୍ଟାର ନିୟୁଜ ଓଡିଶା ): ଝରିଗାଁ ବ୍ଲକ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ "ଆସ ସ୍କୁଲ ଯିବା" ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଝରିଗାଁ ସଦର ମହକୁମା ଠାରେ ଅନୁଷ୍ଠିତ ହୋଇଥିଲା।ବିଦ୍ୟାଳୟ ବାହାରେ ଥିବା ପିଲା ମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା, ଆଦୌ ବିଦ୍ୟାଳୟ ଯାଇ ନଥିବା ପିଲା ମାନଙ୍କୁ ବୟସ ଅନୁଯାୟୀ ଉପଯୁକ୍ତ ଶ୍ରେଣୀରେ ନାମ ଲେଖାଇବା,ଶିକ୍ଷାର ମୂଖ୍ୟସ୍ରୋତରେ ସାମିଲ ହୋଇଥିବା ପିଲା ମାନଙ୍କର ପାଠପଢାକୁ ବିଦ୍ୟାଳୟରେ ଜାରି ରଖିବା ଓ ପୁନର୍ବାର ପାଠପଢା ନଛାଡିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା,ପିଲା ମାନଙ୍କ ମଧ୍ୟରେ ଶିକ୍ଷଣ ଫଳାଫଳର ସ୍ତରକୁ ଅଭିବୃଦ୍ଧି କରିବା ଶିକ୍ଷଣ ବ୍ୟବଧାନକୁ ହ୍ରାସ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବୋଲି ସୂଚନା ଦେଇଥିଲେ।ଶୋଭାଯାତ୍ରା ସମୟରେ ଝରିଗାଁ ସିଆରସି କ୍ଷେମା ହରିଜନ,ସ୍କୁଲ ସଭାପତି ବିଶି କେଶନ ନାୟକ,ପ୍ରଧାନ ଶିକ୍ଷୟିତ୍ରୀ ରୋହିନୀ ତୋପସ୍ପିନୀ ହଜାରେ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ,ଅଭିବାହକ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User