ଝରିଗାଁ ବ୍ଳକରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଝରିଗାଁ,୧୮l୯(ଷ୍ଟାର ନିୟୁଜ ଓଡିଶା ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 75ତମ ଜନ୍ମଦିନ ଉପଲକ୍ଷେ ଆଜି ଓଡିଶାର କୋଣେ ଅନୁକୋଣେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଳକର ବିଭିନ୍ନ ପଂଚାୟତ, ସରକାରୀ ଅନୁଷ୍ଠାନ, ସରକାରୀ ଶିକ୍ଷାନୁଷ୍ଠାନ, ବେସରକାରୀ ଶିକ୍ଷାନୁଷ୍ଠାନ ତଥା ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିବା ଦେଖିବାକୁ ମିଳିଛି |ପ୍ରକାଶ ଥାଉକି,ପୁଣିଥରେ ସବୁଜ ପୃଥିବୀର ସ୍ବପ୍ନ ରଖି ଦେଶର 18ତମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ 75ତମ ଜନ୍ମଦିନରେ ଓଡିଶା ରାଜ୍ୟରେ 75ଲକ୍ଷ ଚାରା ରୋପଣ କରିବା ପାଇଁ ସ୍ବପ୍ନ ଦେଖିଥିଲେ |ତନ୍ମଧ୍ୟରେ ନବରଙ୍ଗପୁର ଜିଲ୍ଲା ପାଇଁ 63,210 ଗୋଟି ଓ ଝରିଗାଁ ବ୍ଳକରେ 11,500 ଚାରା ରୋପଣ ପାଇଁ ଲକ୍ଷ ରଖାଯାଇଥିଲା |ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଉଦେଶ୍ୟକୁ ସଫଳ କରିବା ପାଇଁ ବ୍ଳକର କୋଣେ ଅନୁକୋଣେ 11,500 ଗୋଟି ଚାରା ରୋପଣ କରାଯାଇଥିବା ସୂଚନା ମିଳିଛି |ବ୍ଳକର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷାନୁଷ୍ଠାନ ଗୁଡିକର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଅନୁଷ୍ଠାନର ଅଧିକାରୀ ମାନଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଗୁଡିକ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି |ବିଶେଷ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ମାହାତ୍ମ୍ୟ ଉପରେ ପ୍ରାଞ୍ଜଳ ଭାବେ ବୁଝେଇବା ସହ ରୋପଣ କରାଯାଇଥିବା ଚାରା ଗୁଡିକର ସଠିକ ଯତ୍ନ ନେବା ପାଇଁ କହିଥିବା ଦେଖିବାକୁ ମିଳିଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?