ମାଁ ପାଇଁ ଗଛ ଟିଏ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ଦିନରେ ୬ଲକ୍ଷ ବୃକ୍ଷରୋପଣ।

Sep 18, 2025 - 16:07
0 52
ମାଁ ପାଇଁ ଗଛ ଟିଏ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ଦିନରେ ୬ଲକ୍ଷ ବୃକ୍ଷରୋପଣ।

ଭବାନୀପାଟଣା ତା. ୧୮/୯(ଷ୍ଟାର ନିୟୁଜ ଓଡିଶା )ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମ ଦିନ ସାରାଦେଶରେ ଉତ୍ସାହ ସହ ବୃକ୍ଷ ରୋପଣ ର ବିପ୍ଳବ ଆଣିଛି।ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ମା ଙ୍କ ନାଁରେ ଗୋଟିଏ ବୃକ୍ଷ ସଂକଳ୍ପ ନେଇ ସାରା ୭୫ ଲକ୍ଷ ବୃକ୍ଷ ରୋପଣ କରିଛନ୍ତି ।ଏହି ଅବସରରେ କଳାହାଣ୍ଡି ଜିଲ୍ଲା ର ୧୩ଟି ବ୍ଳକ ର ପ୍ରତ୍ୟେକ ଗାଁ ରେ ୩୦୦ ଗଛ ଓ କଳାହାଣ୍ଡି ଜିଲ୍ଲା ରେ ୬ଲକ୍ଷ ବୃକ୍ଷରୋପଣ କରାଯାଇଛି । ଜିଲ୍ଲା ଓ ବ୍ଳକ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ରାଲି କରିବା ସହ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା।ଏହା ଆଗାମୀ ପୀଢ଼ି ମଧ୍ୟରେ ସବୁଜ ସଂକଲ୍ପ ର ବିପ୍ଳବ ଫେରିବ ।
କୁଲିଆମାଲ ଗ୍ରାମ ପଞ୍ଚାୟତରେ ଏକ୍ ପେଡ ମାଁ କେ ନାମ କାର୍ଯ୍ୟକ୍ରମ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିନ କୁ ସାରା ଦେଶ ରେ ସେବା ସପ୍ତାହ ପାଳନ କରୁଥିବାବେଳେ ପ୍ରତି ଜିଲ୍ଲା ରେ ପ୍ରତି ଗାଁକୁ ୧୫୦ ଗଛ ଲଗାଇବାର କାର୍ଯ୍ୟକ୍ରମ ରହିଛି । କଳାହାଣ୍ଡି  ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ଗାଁ ରେ ୩୦୦ ଗଛ ଲଗାଇବା ସହ ୧୭ ସେପ୍ଟେମ୍ବର କଳାହାଣ୍ଡି ଜିଲ୍ଲାରେ ୬ ଲକ୍ଷ ରୁ ଅଧିକ ବୃକ୍ଷରୋପଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଭବାନୀ ପାଟଣା ବ୍ଲକ କୁଲିଆମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଯାମିନୀ ସାହୁଙ୍କ ନେତୃତ୍ୱରେ ପଞ୍ଚାୟତ ଅଧିନସ୍ତ ସମସ୍ତ ଗ୍ରାମରେ ମାଁ କେ ନାମ ଏକ ପେଡ କାର୍ଯ୍ୟକ୍ରମରେ 1000 ରୁ ଅଧିକ ବୃକ୍ଷ ରୋପଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ବିଡିଓ, ବ୍ଲକ ଚେୟାରମ୍ଯାନ, ବିଜେପି ସଭାପତି,  ବନ ବିଭାଗ, ବନ କର୍ମଚାରୀ ଆଶା, ଅଙ୍ଗନବାଡ଼ି କର୍ମୀ,ସ୍ୱେଚ୍ଛାସେବୀ  ସଂଗଠନ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରି ଶୋଭାଯାତ୍ରାରେ ଯାଇ ବୃକ୍ଷ ରୋପଣ କରିବା ସହ ସଚେତନତା କରିଥିଲେ। ଏକ୍ ପେଡ୍ ମା' କେ ନାମ୍ ୨.0 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଆହ୍ୱାନ କ୍ରମେ ଆସନ୍ତୁ,ଏକ୍ ପେଡ୍ ‌ ମା’ କେ ନାମ୍' ଅଭିଯାନରେ ଆମେ ସମସ୍ତେ ସାମିଲ ହେବା, ଆମ ଜନ୍ମଦାତ୍ରୀ ମା’ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା’ର ସୁରକ୍ଷା ପାଇଁ ଗଛଟିଏ ନିଶ୍ଚୟ ଲଗାଇବା 
୧୭ ସେପ୍ଟେମ୍ବର ୨୦୨୫ରେ ରାଜ୍ୟବ୍ୟାପୀ ୭୫ ଲକ୍ଷ ଚାରାରୋପଣ ଅଭିଯାନ । 

କଳାହାଣ୍ଡିରୁ ସ୍ୱତନ୍ତ୍ର ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User