ଝରିଗାଁ ବ୍ଳକ ଯାଦବ ମହାସଭା ପକ୍ଷରୁ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ।

Sep 18, 2025 - 13:08
 0  72
ଝରିଗାଁ ବ୍ଳକ ଯାଦବ ମହାସଭା ପକ୍ଷରୁ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ।

ଝରିଗାଁ,୧୮l୯ (ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଯାଦବ ମହାସଭା ପକ୍ଷରୁ ଆଜି ଝରିଗାଁ ସ୍ଥିତ ଆରଏମସି ଗୋଦାମ ଗୃହ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଯାଦବ ମହାସଭାର ବ୍ଳକ ସଭାପତି ନନ୍ଦ ଗୈାଡ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିବା ବେଳେ ପଞ୍ଚାୟତ ସଭାପତି ଦିବାକର ଗୈାଡ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିବା ଦେଖିବାକୁ ମିଳିଛି।ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଛତିଶଗଡ଼ ତଥା ଚାରଗଡ ଅଧ୍ୟକ୍ଷ କେନୁରାମ ଯାଦବ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଯାଦବ ମହାସଭାର ସଭାପତି ଜ୍ୟୋତି ରଞ୍ଜନ କଂସ, ସମ୍ପାଦକ ମାନସିଂହ ଗୈାଡ,ଯୁବ ସଭାପତି ନବ କିଶୋର ଗୈାଡ,ଉପ ସଭାପତି ସୈନିକ ଗୈାଡ,ଉପ ସଭାପତି ହରି ଗୈାଡ, ଉମରକୋଟ ସଭାପତି ଶତୃଘନ ଗୈାଡ, ଝରିଗାଁ ବ୍ଳକ ଉପ ସଭାପତି ସହଦେବ ଗୈାଡ,ଉପ ସଭାପତି ଭଗବାନ ଗୈାଡ, କୋଷାଧ୍ୟକ୍ଷ ତ୍ରିନାଥ ଗୈାଡ,ସହ ସମ୍ପାଦକ ସଗନୁ ଗୈାଡ, ବ୍ଲକ ସମ୍ପାଦକ ଚତୁର୍ଭୁଜ ଖରସେଲ ଯୁବ କାର୍ଯ୍ୟକାରୀ ସଭାପତି ଶଙ୍କର ଗୌଡ଼, ଚନ୍ଦାହାଣ୍ଡି କୋଷାଧ୍ୟକ୍ଷ ଘନଶ୍ୟାମ ଗୈାଡଙ୍କ ସମେତ ବ୍ଳକର 23 ଗୋଟି ଗ୍ରାମ ପଞ୍ଚାୟତର ସଭାପତି, ସମ୍ପାଦକ,କର୍ମକର୍ତ୍ତା ତଥା ଯାଦବ ସମାଜର ସମସ୍ତ ଜନସାଧାରଣ ଉପସ୍ଥିତ ରହିଥିଲେ। ବ୍ଳକ ସ୍ତରୀୟ ଯାଦବ ମହାସଭା ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ନୂତନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଏବଂ ଯାଦବ ମହାସଭାର ବ୍ଳକ ସ୍ତରୀୟ ପୁସ୍ତକ ଉନ୍ମୋଚନ କରାଯାଇଥିଲା। ସମସ୍ତ ଅତିଥିମାନେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଯାଦବ ସମାଜର ସମସ୍ତ ଜନସାଧାରଣ ମାନଙ୍କୁ ସୁନ୍ଦର ବାର୍ତ୍ତା ଦେବା ସହ ଏହିଭଳି ତୃଣମୂଳ ସ୍ତରରୁ ସମସ୍ତଙ୍କୁ ସଂଗଠିତ କରିବା ପାଇଁ ମତ ପ୍ରକାଶ କରିଥିଲେ।ଏହା ସହ ଝରିଗାଁ ଗ୍ରାମ ପଞ୍ଚାୟତର ସମସ୍ତ କର୍ମକର୍ତ୍ତା ଓ ଯୁବକ ଭାଇ ଭଉଣୀ ମାନେ ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଜିଲ୍ଲା ଯୁବ ସଭାପତି ଓ ସମସ୍ତ କର୍ମକର୍ତ୍ତା ଧନ୍ୟବାଦ ଜ୍ଞାପନ କରିଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR