ଠାକୁରାଣୀ ଯାତ୍ରା ଉଦଯାପିତ।

Apr 23, 2025 - 09:38
0 86
ଠାକୁରାଣୀ ଯାତ୍ରା ଉଦଯାପିତ।

ଝରିଗାଁ,୨୩l୪( ଷ୍ଟାର ନିୟୁଜ): ଝରିଗାଁ ଠାରେ ଚାଲିଥିବା ମା ଠାକୁରାଣୀଙ୍କ ଘଟ ଯାତ୍ରା ଆଜି ଉଦଯାପିତ ହୋଇଯାଇଛି।ଗତ ସମବାର ଠାରୁ ଯାତ୍ରା ଆରମ୍ଭ ହୋଇଥିବା ଏହି ଠାକୁରାଣୀଙ୍କ ଘଟ ପ୍ରତ୍ୟେକ ଦିନ ଏକ ବଡ଼ ପଟୁଆରରେ ବାହାରି ଗ୍ରାମ ପରିକ୍ରମା କରିଥିଲେ।ସେହିପରି ଯାତ୍ରା କମିଟି ତରଫରୁ ଲୋକ ମାନଙ୍କ ମନୋରଞ୍ଜନ ନିମନ୍ତେ ବରଗଡ଼ କଳାକାରଙ୍କ ଧନୁଯାତ୍ରା ସମେତ ଆଦିବାସୀ ନାଟ,ଡ୍ୟାନ୍ସ ଧମାକା,ମୀନା ବଜାର ଆଦିର ଆୟୋଜନ କରାଯାଇଥିଲା।ଶେଷ ଦିନରେ ଠାକୁରାଣୀଙ୍କ ମୁଖ୍ୟ ପୂଜକ ପୂର୍ଣ୍ଣ ପୂଜାରୀ ଏବଂ ତିଳ ପୂଜରୀ କଳସ ମଣ୍ଡପ ଠାରେ ମା ଠାକୁରାଣୀଙ୍କ ଘଟକୁ ପାରମ୍ପରିକ ରୀତିନୀତି ଅନୁଯାଇ ପୂଜା କରିବା ପରେ କଳସ ମଣ୍ଡପ ଠାରୁ ମା ଠାକୁରାଣୀଙ୍କ ମନ୍ଦିର ପର୍ଯ୍ୟନ୍ତ ବିରାଟ ପଟୁଆର ଯାଇଥିଲା।ଏହି ଶୋଭାଯାତ୍ରାରେ ଠାକୁରାଣୀଙ୍କ ଘଟ ସହ ଝରିଗାଁ ସ୍ଥିତ ବିଭିନ୍ନ ଦେବଦେବୀଙ୍କ ପ୍ରତୀକ ଭାବେ ବିମାନ ମଧ୍ୟ ସାମିଲ ହୋଇଥିଲେ।ଠାକୁରାଣୀ ମନ୍ଦିର ଠାରେ ଠାକୁରାଣୀଙ୍କ କଳସ ଓଲ୍ଲାଇବା ସମୟରେ ମା'ଙ୍କ ଶକ୍ତି ପ୍ରଦର୍ଶନ ଦେଖିବା ପାଇଁ ପ୍ରବଳ ଭିଡ ହୋଇଥିଲା।ଶେଷରେ ଠାକୁରାଣୀ ମନ୍ଦିରରେ ଘଟ ଗୁଡିକୁ ଓଲ୍ଲାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା କରିବା ପରେ ଉଦଯାପନ କରାଯାଇଥିଲା।ଶେଷ ଦିନରେ କଳସ ମଣ୍ଡପ ଠାରୁ ଠାକୁରାଣୀ ମନ୍ଦିର ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକ ଭିଡ଼ ଜମିଥିଲା।ଝରିଗାଁ ପୁଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।ଶେଷ ଦିନରେ ପୂଜାରୀ,ଗାଉଟିଆ,ଚଲାଣ,ଗଣ୍ଡାଙ୍କ ସହ ବହୁ ଗ୍ରାମବାସୀ, ବୁଦ୍ଧିଜୀବୀ ଓ ଯାତ୍ରା କମିଟି ସଭ୍ୟ ମାନେ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User