ଦୁର୍ଗା ସାଂସ୍କୃତିକ କଳା ପରିଷଦ କର୍ଣ୍ଣଡା ର ପଞ୍ଚମ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ।

Oct 6, 2025 - 21:00
Oct 6, 2025 - 21:13
 0  81
ଦୁର୍ଗା ସାଂସ୍କୃତିକ କଳା ପରିଷଦ  କର୍ଣ୍ଣଡା ର ପଞ୍ଚମ ବାର୍ଷିକ  ସାଂସ୍କୃତିକ କାର୍ଯ୍ୟକ୍ରମ।

କନ୍ଧମାଳ,୬|୧୦(ଷ୍ଟାର ନିୟୁଜ):ମାଁ ଦୁର୍ଗା ସାଂସ୍କୃତିକ କଳା ପରିଷଦ କର୍ଣ୍ଣଡ଼ା ଆନୁକୂଲ୍ୟରେ ଏବଂ ଅନ୍ତରଙ୍ଗ ଯୁବ କ୍ଳବ୍ ସହଯୋଗରେ ଦଶହରା ଉପଲକ୍ଷେ ପଞ୍ଚମ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ଫୁଲବାଣୀ ବ୍ଲକର ମିଣିଆ ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣଡ଼ା ଗ୍ରାମରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଦାତ୍ତା ଅନୁଷ୍ଠାନର ସମ୍ପାଦକ ତଥା ଫୁଲବାଣୀ ସେଚ୍ଛାସେବୀ ମହାସଂଘର ଆବାହକ ପ୍ରଦୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୌତମ ମଲ୍ଲିକ, ବିଜେପି ଫୁଲବାଣୀ ଗ୍ରାମୀଣ ମଣ୍ଡଳ ସଭାପତି ଗୋଲକ ବିହାରୀ କହଁର,ଉପ ସଭାପତି ସଞ୍ଜୟ କୁମାର ଦିଗାଲ,ଫୁଲବାଣୀ ବିଧାୟକ ପ୍ରତିନିଧି ଲଳିତ ଦିଗାଲ,ଯୋଗ ଦେଇଥିଲେ। ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ମାଁ ଦୁର୍ଗା ସାଂସ୍କୃତିକ କଳା ପରିଷଦ କର୍ଣ୍ଣଡ଼ା ର ସଦସ୍ୟ ସଦସ୍ୟା ମାନେ ନିଜର କଳାକୁ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରିବା ସହିତ ଜିଲ୍ଲା ଏବଂ ଜାତୀୟ ସ୍ତରରେ ଅଂଶଗ୍ରହଣ କରି ଅଞ୍ଚଳ ତଥା ଜିଲ୍ଲା ପାଇଁ ଗୌରବ ଅର୍ଜନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।ଏହି କାର୍ଯ୍ୟକ୍ରମ କୁ ମାଁ ଦୁର୍ଗା ସାଂସ୍କୃତିକ କଳା ପରିଷଦ ସଭାପତି ପଙ୍କଜ କହଁର ପରିଚାଳନା କରିଥିବା ବେଳେ ମାଁ ଦୁର୍ଗା ସାଂସ୍କୃତିକ କଳା ପରିଷଦ କର୍ଣ୍ଣଡ଼ା ର ସଂଯୋଜକ ତଥା ଅନ୍ତରଙ୍ଗ ଯୁବ କ୍ଲବର ସମ୍ପାଦକ ତଥା ଜିଲ୍ଲା ମହାସଂଘର ସଦସ୍ୟ ଶ୍ରୀ ଦଶରଥ ମଲ୍ଲିକ ସ୍ବାଗତ ଅଭିଭାଷଣ ଦେଇଥିଲେ ଏବଂ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ସଭାନେତ୍ରୀ ସୁଶ୍ରୀ ରଶ୍ମିତା ମଲ୍ଲିକ ଏହାକୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ମାଁ ଦୁର୍ଗା ସାଂସ୍କୃତିକ କଳା ପରିଷଦ ତଥା ଅନ୍ତରଙ୍ଗ ଯୁବ କ୍ଳବର କର୍ଣ୍ଣଡ଼ାର ସଦସ୍ୟ ସଦସ୍ୟା ମାନେ ଅଞ୍ଚଳର ବିକାଶ କାର୍ଯ୍ୟରେ ଅଂଶଗ୍ରହଣ କରିବା ସହିତ ବିଭିନ୍ନ ସାମାଜିକ ଉନ୍ନୟନ ମୂଳକ କାର୍ଯ୍ୟରେ ନେତୃତ୍ୱ ନେଉଥିବା ୧୦ ଜଣ ସଦସ୍ୟ ସଦସ୍ୟା ମାନଙ୍କୁ ସମ୍ମାନିତ କରାଯାଇଥିଲା।

What's Your Reaction?

like

dislike

love

funny

angry

sad

wow

SUJAYA EDITOR