ନବରଙ୍ଗପୁର ବନଖଣ୍ଡ ଦ୍ୱାରା ବିଶ୍ୱ ପରିବେଶ ଦିବସ ପାଳିତ।

Jun 06, 2025 - 19:25
0 39

ନବରଙ୍ଗପୁର,୬ l୬ (ଷ୍ଟାରନିୟୁଜ ଓଡିଶା): ସ୍ଥାନୀୟ ଚରକ ବନ ଠାରେ ନବରଙ୍ଗପୁର ବନଖଣ୍ଡ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ ହୋଇଯାଇଛି। ଖଣ୍ଡିୟ ବନ ଅଧିକାରୀ,ନବରଙ୍ଗପୁର ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡି ଏଫ୍ ଓ ( କେନ୍ଦୁଲିଫ) ଘନଶ୍ୟାମ ମୋହୋ ନ୍ତୋ, ଡି ଏଫ୍ ଓ ( କାର୍ଯ୍ୟକାରୀ ଯୋଜନା) କୋରାପୁଟ ଧନୁର୍ଜୟ ମହାପାତ୍ର, ଡି ଏମ, ଓ ଏଫ୍ ଡି ସି ମହମ୍ମଦ ଜାମିଲ, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ବନ ସୁରକ୍ଷା ସମିତି ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ସାବତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ।ଅତିଥି ଗଣ ନିଜ ବକ୍ତବ୍ୟରେ ଜଳ, ମୃତ୍ତିକା,ପରିବେଶ ଓ ଜୈବ ବିବିଧତା କୁ ସଂରକ୍ଷଣ କରିବା,ବହୁଳ ପରିମାଣରେ ବୃକ୍ଷ ରୋପଣ,ଗାଁ ଗାଁ ରେ ବନ ସୁରକ୍ଷା ସମିତି ର କାର୍ଯ୍ୟ କୁ ପ୍ରଶଂସା,ପରିବେଶ ସୁରକ୍ଷା ରେ ନିଜର ସହଭାଗିତା, ପ୍ଲାଷ୍ଟିକ ପ୍ରଦ୍ୟୁଷଣ କୁ ଅନ୍ତ କରିବାରେ ନିଜର ଭୂମିକା ଉପରେ ମତ ଦେଇଥିଲେ। ଚଳିତ ବର୍ଷ " ପ୍ଲାଷ୍ଟିକ ପ୍ରଦ୍ୟୁଷଣ କୁ ଅନ୍ତ କରିବା" ବିଷୟ ନେଇ ବିଶ୍ଵ ପରିବେଶ ଦିବସ ପାଳନ କରାଯାଉଛି।ମାଟି କୁ ରକ୍ଷା ପାଇଁ ପ୍ଲାଷ୍ଟିକ ର ବର୍ଜନ ନିହାତି ଜରୁରୀ ହୋଇପଡିଛି।ପ୍ରତ୍ୟେକ ଜିନିଷ କିଣିବା ବେଳେ ଦୋକାନୀକୁ ପଲିଥିନରେ ଜିନିଷ ଦେବାକୁ ମନା କରିବା ,ନିଜେ ସୂତା କିମ୍ବା ଅଖା ତିଆରି ମୁଣା ରେ ଜିନିଷ ପତ୍ର ଆଣିବା, କାଚ କିମ୍ବା ଷ୍ଟିଲ ନିର୍ମିତ ପାଣି ବୋତଲ ବ୍ୟବହାର କରିବା , ସର୍ବୋପରି ପ୍ଲାଷ୍ଟିକ ବ୍ୟବହାର ଉପରେ ବିଶେଷ ନିରୁତ୍ସାହ କରିବାକୁ ମତ ପ୍ରକାଶ ପାଇଥିଲା। ବୈଠକ ରେ ଜିଲ୍ଲା ର ୭ ଜଣଙ୍କୁ "ପ୍ରକୃତିବନ୍ଧୁ "୧୦,୦୦୦ ଟଙ୍କା ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ନବରଙ୍ଗପୁର ପଞ୍ଜିଆସାହି ର ସୁବ୍ରତ ବେହେରା, ତେନ୍ତୁଳିଖୁଣ୍ଟି ବଗନାଗୁଡ଼ା ର ତପନ ବିଷୋୟୀ, କୋଷଗୁମୁଡ଼ା ମୋଡେଇ ଗାଁ ରଶ୍ରୀମତି ମିନାକ୍ଷୀ ପଟ୍ଟନାୟକ,ଉମରକୋଟ ଗୁଲିପା ଟନାର ବିଷ୍ଣୁ ପ୍ରସାଦ ସାହୁ,ରାଇଘର ଛାଦିଆପଡା ର ନାରାୟଣ ସେଠୀ, ପାପଡ଼ାହାଣ୍ଡି ବତାସର୍ ର ନିଧି ଭତରା,ଝରି ଗାଁ କଲରାପଡା ର ଅରାଜ ସନ୍ତ "ପ୍ରକୃତି ବନ୍ଧୁ "ପୁରସ୍କାର ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ।ବୈଠକ ପରେ ଚରକବନ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସଭାରେ ବିଭିନ୍ନ ପଞ୍ଚାୟତର ବନ ସୁରକ୍ଷା ସମିତି ର କର୍ମକର୍ତ୍ତା,ବନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ।

ନବରଙ୍ଗପୁର ରୁ ମାମନି ଚକ୍ରବର୍ତ୍ତୀ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User