ନିଟ୍-ୟୁଜିରେ ସର୍ବଭାରତୀୟ ୫୮୨ ରାଙ୍କ ହାସଲ କରିଥିବା ମୋକ୍ଷାଦ୍ରୀଙ୍କୁ ସମ୍ବର୍ଦ୍ଧନା

Jul 27, 2026 - 20:39
0 48
ନିଟ୍-ୟୁଜିରେ ସର୍ବଭାରତୀୟ ୫୮୨ ରାଙ୍କ ହାସଲ କରିଥିବା ମୋକ୍ଷାଦ୍ରୀଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା, ୨୭/୦୭ (ଷ୍ଟାରନ୍ୟୁଜ ଓଡ଼ିଶା): ଭବାନୀପାଟଣାସ୍ଥିତ ହାଇଟେକ ପବ୍ଲିକ ସ୍କୁଲର ମେଧାବୀ ଛାତ୍ରୀ ସୁଶ୍ରୀ ମୋକ୍ଷାଦ୍ରୀ ଶୁଭଦର୍ଶିନୀ ନିଟ୍-ୟୁଜି (NEET-UG) ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୫୮୨ତମ ରାଙ୍କ ହାସଲ କରି କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ଏହି ସଫଳତା ପାଇଁ କଳାହାଣ୍ଡି ଜିଲ୍ଲା କୁର୍ମୀ କ୍ଷତ୍ରୀୟ ଆଞ୍ଚଳିକ ସଂସ୍ଥା ପକ୍ଷରୁ ଚକ୍ରଧର ନଗରଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଭାପତି ଅଶ୍ୱିନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କୁଳାଧିକାରୀ ମହେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ଏବଂ ଆଇନଜୀବୀ ସିଦ୍ଧାର୍ଥ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହି ଅବସରରେ ମୋକ୍ଷାଦ୍ରୀଙ୍କ ୯୪ ବର୍ଷୀୟ ଜେଜେ ତ୍ରିଲୋଚନ ପ୍ରଧାନ ଓ ୮୪ ବର୍ଷୀୟ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ବରିଷ୍ଠ ନାଗରିକ ଭାବେ ସମ୍ମାନିତ କରାଯାଇଥିଲା। ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ମଧୁସୂଦନ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ।

ରିପୋର୍ଟ: ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User