ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ।

May 23, 2025 - 19:19
0 132

ଝରିଗାଁ,୨୩l୫( ଷ୍ଟାର ନିୟଜ ଓଡ଼ିଶା) : ଝରିଗାଁ ବିଧାନସଭା ଅଞ୍ଚଳ ଅଧୀନ ତିନୋଟି ବ୍ଲକକୁ ନେଇ ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଝରିଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।ଝରିଗାଁ, ଚନ୍ଦା ହାଣ୍ଡି ଓ ଉମରକୋଟ ଏହି ତିନୋଟି ବ୍ଲକ ରେ ୨୦୧୯ - ୨୦୨୦ ବର୍ଷ ଠାରୁ ଚଳିତ ବର୍ଷ ୨୦୨୫ ପର୍ଯ୍ୟନ୍ତ ସର୍ବ ପ୍ରକାର ସରକାରଙ୍କ ଉନ୍ନୟନ ଯୋଜନା ଗୁଡ଼ିକର ସମୀକ୍ଷା ଝରିଗାଁ ବିଧାୟକ ନରସିଂହ ଭତରା ଏ ସି ଡି ସି ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ପ୍ରତ୍ୟେକ ସରକାରୀ ଯୋଜନାର ସଫଳ ରୂପାୟନ ହୋଇଛି ନା ନାହିଁ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ଏଥିରେ ତିନୋଟି ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ। ପ୍ରତ୍ୟେକ ଉନ୍ନୟନ ଯୋଜନା ଗୁଡ଼ିକର ସଂପୂର୍ଣ୍ଣ ହୋଇଥିବା କାର୍ଯ୍ୟ, ନିର୍ମାଣାଧୀନ କାର୍ଯ୍ୟ ଏବଂ ଆଗାମୀ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ। ବିଧାନସଭା ନର୍ବାଚନ ମଣ୍ଡଳୀରେ ଉନ୍ନୟନ ଯୋଜନା ଗୁଡ଼ିକର ପାରଦର୍ଶିତା , ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ ଏବଂ କାର୍ଯ୍ୟର ଗୁଣବତ୍ତା ଉପରେ ଗୁରୁତ୍ବ ଦେଇ ଉନ୍ନୟନ ଯୋଜନା ସବୁ ଗୁଡ଼ିକର କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷା ସ୍ଵାସ୍ଥ୍ୟ, ଗମନା ଗମନ, ବିଜୁଳି ପାନୀୟଜଳ ଭଳି ମୌଳିକ ସମସ୍ୟାର ସମାଧାନ ଲାଗି ପ୍ରାଥମିକତା ଦେବାକୁ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ତିନୋଟି ବ୍ଲକ ରୁ ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି ମଧ୍ୟରେ ସମିତି ସଦସ୍ୟ ,ସରପଞ୍ଚ , ଜିଲ୍ଲାପରିଷଦ ମେମ୍ବର ପ୍ରମୁଖ ଏ ସି ଡି ସି ମିଟିଂ ରେ ଅଂଶ ଗ୍ରହଣ କରି ନିଜ ନିଜ ଅଂଚଳର ରହୁଥିବା ମୌଳିକ ସମସ୍ୟା ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User