କାଳବୈଶାକୀ ବର୍ଷାରେ ଭିଜିଲା ମକା,ଚିନ୍ତାରେ ଚାଷୀ।

May 23, 2025 - 18:14
0 266

ଝରିଗାଁ,୨୩l୫( ଷ୍ଟାର ନିୟଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଜଳ ସେଚନ ସୁବିଧା ନଥିବା ବେଳେ ଏଠାକାର ଚାଷୀ ମାନେ ନଦୀ ଓ ନାଳର ପାଣି ଉପଯୋଗ କରି ରବି ଚାଷ କରିଥିଲେ।ପ୍ରଶାସନ ପକ୍ଷରୁ ଚାଷୀଙ୍କ ଶସ୍ୟ ସୁରକ୍ଷିତ ରଖିବା ପାଇଁ କୌଣସି ସୁବିଧା କରିନଥିବା ବେଳେ ସ୍ଥାନ ଅଭାବ ଯୋଗୁଁ ଚାଷୀ ମାନେ ଅସୁରକ୍ଷିତ ଭାବେ ଶସ୍ୟ ରଖିଥିବା ବେଳେ ବର୍ଷାରେ ଭିଜିଯାଇ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି।ଚଳିତ ବର୍ଷ କିଛି ଚାଷୀ ରବି ଚାଷରେ ମକା ଚାଷ କରିଥିଲେ।ସ୍ଥାନ ଅଭାବ ଯୋଗୁଁ ଝରିଗାଁ ବ୍ଳକର ପଲସଗାଁ, ଫୁଫୁଗାଁ ଓ ପାଲିଆ ପଞ୍ଚାୟତର କିଛି ଚାଷୀ ଝରିଗାଁ-ଡ଼ାବୁଗାଁ ମୁଖ୍ୟ ରାସ୍ତା ଉପରେ ମକା ଜମିରୁ ଭାଙ୍ଗି ଶୁଖାଇ ଥିଲେ।କିଛି ଚାଷୀ ମକା ମିଲିଙ୍ଗ କରି ରାସ୍ତା ଉପରେ ଶୁଖାଇ ଥିଲେ।ତେବେ ଆଜି ଦ୍ଵପ୍ରହର ଦୁଇ ଘଣ୍ଟା ସମୟରେ ହଠାତ କାଳବୈଶାକୀ ବର୍ଷା ହୋଇଥିଲା।ଯେଉଁ ଚାଷୀଙ୍କ ନିକଟରେ ପଲିଥିନ ଥିଲା ସେମାନେ ମକାକୁ ଘୋଡାଇ ଥିବା ବେଳେ ଅନ୍ୟ ମାନଙ୍କ ମକା ଖଳା ଆକାଶ ତଳେ ବର୍ଷାରେ ଭିଜି ଯାଇଥିଲା।ପ୍ରାୟ ଚାଷୀଙ୍କ ମକା ବର୍ଷା ଯୋଗୁଁ ଭଜି ଯାଇଥିବା ଅଭିଯୋଗ ହୋଇଛି।ମକା ବର୍ଷାରେ ଭିଜି ଯିବା ପରେ ଗଜା ହେବା ସହ ରଙ୍ଗ ପରିବର୍ତ୍ତନ ହେବା ନେଇ ଚାଷୀ ମାନେ ଆଶଙ୍କା କରୁଛନ୍ତି।ଯଦି ମକା ଗଜା କିମ୍ବା ରଙ୍ଗ ପରିବର୍ତ୍ତନ ହେଲେ ବଜାରରେ ଉଚିତ ମୂଲ୍ୟରେ ବିକ୍ରି ହେବ ନାହିଁ ବୋଲି ଚାଷୀ ମାନେ କହିଛନ୍ତି।ଧାର ଉଧାର କରି ଚାଷ କରିଥିବା ଚାଷୀ ମାନେ ଏବେ ଋଣ କିଭଳି ଶୁଝିବେ ସେନେଇ ଚିନ୍ତାରେ ପଡିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User