ଝରିଗାଁ ରେ ପୋଖରୀ କାଳେଙ୍କାରୀ ପିଛା ଛାଡୁନି ।

May 23, 2025 - 18:11
 0  69
ଝରିଗାଁ ରେ ପୋଖରୀ କାଳେଙ୍କାରୀ ପିଛା ଛାଡୁନି ।

ଝରିଗାଁ,୨୩l୫(ଷ୍ଟାର ନିୟଜ ଓଡ଼ିଶା ):  ଗୋଟିଏ ପରେ ଗୋଟିଏ ପୋଖରୀ କାକେଙ୍କାରି ପଦାକୁ ଆସୁଛି। ଝରିଗାଁ ବ୍ଲକ ସଦର ସ୍ଥିତ ପୋଖରୀ ହେଉକି ବ୍ଲକର ବିଭିନ୍ନ ଅଞ୍ଚଳରେ ପୋଖରୀ ଖନନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଦେଖିବାକୁ ମିଳୁଛି। ଶ୍ରମିକ ବଦଳରେ ମେସିନ କରୁଛି କାମ,ଜାଲିଆତି ଲେବର ଆକାଉଣ୍ଟ ରେ ଟଙ୍କା ଉଠାଣ, ନିର୍ଦ୍ଧାରିତ ଅଟକଳ ମୂଲ୍ୟ ଟଙ୍କାର ହରିଲୁଟ ,ନିମ୍ନ ମାନର କାର୍ଯ୍ୟ, ଅଧୋପନ୍ତରିଆ କାର୍ଯ୍ୟ ଆଦି ଦୁର୍ନୀତି ର ପର୍ଦ୍ଦାଫାଶ ଧୀରେ ଧୀରେ ସାମାନା କୁ ଆସୁଛି। ଅଭିଯୋଗ ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିଲେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାନ୍ତି ଯନ୍ତ୍ରୀ। ଆଜି ଝରିଗାଁ ପଞ୍ଚାୟତ ସଦର ସ୍ଥିତ ଜୟନ୍ତୀ ନଗର ବସ୍ତି ରେ ଥିବା ସାର୍ବଜନୀନ ପୁରାତନ ପୋଖରୀ ର ପୁନଃ ଉଦ୍ଧାର କାର୍ଯ୍ୟ ୨୦୨୩-୨୪ ବର୍ଷରେ ୫ ମ ପାର୍ଯ୍ଯାୟ ଏସ ଏଫ ସି ପାଣ୍ଠିରୁ ଜୟନ୍ତୀ ନଗର ଜଳାଶୟ ପୁନଃ ଉଦ୍ଧାର କାର୍ଯ୍ୟ ପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ରହିଥିବା ବେଳେ ଏହି ଟଙ୍କାକୁ ଅଳ୍ପ କାମ କରି ହରିଲୁଟ କରିଥିବା ଅଭିଯୋଗ ଆଣିଛନ୍ତି ଜୟନ୍ତୀ ନଗର ବସ୍ତି ବାସିନ୍ଦା। ଏନେଇ ଆଜି ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝିଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି ଜୟନ୍ତୀ ନଗର ବାସୀ। ଅଭିଯୋଗ ପ୍ରକାରେ ଜଳାଶୟର ପୁନଃ ଉଦ୍ଧାର ନାଆଁ ରେ ଲକ୍ଷାଧିକ ଟଙ୍କା ହଡ଼ପ କରିବାକୁ ଯୋଜନା କରୁଥିବା ଦର୍ଶାଇଛନ୍ତି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମାଝୀ ଅଭିଯୋଗ ଗ୍ରହଣ କରି ଏହାର ତଦନ୍ତ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷେ ଜୟନ୍ତୀ ନଗର ବାସୀ (ଏ ସି ଡି ସି ମିଟିଂ ) ବା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ରେ ଯୋଗ ଦେବା କୁ ଆସିଥିବା ମାନ୍ୟବର ବିଧାୟକ ନରସିଂହ ଭତରା ଙ୍କୁ ସାକ୍ଷାତ କରି ପୋଖରୀ ପ୍ରସଙ୍ଗରେ ଅବଗତ କରାଇଥିଲେ। ଏହା ପରେ ବିଡ଼ିଓ ମଧୁସୂଦନ ମାଝୀ ,ଏ ଇ ବିନିତ୍ ମିଶ୍ର ଙ୍କୁ ସାଙ୍ଗରେ ଧରି ଜୟନ୍ତୀ ନଗର ପୁରାତନ ସାର୍ବଜନିନ ପୋଖରୀ କ୍ଷେତ୍ର ପରିଦର୍ଶନ କରିଥିଲେ ବିଧାୟକ। ଲଟା ବୁଦା ଅମରି ଡାଳ ଅନାବନା ଘାସଲତା ବର୍ଜ୍ୟବସ୍ତୁ ରେ ପରିପୂର୍ଣ ଅପରିଷ୍କାର ପାଣି, ଦୂଷିତ ପରିବେଶ ମଧ୍ୟରେ ରହିଛି ପୋଖରୀ ର ଅବସ୍ଥା। ଏହାର ପୁନଃ ଉଦ୍ଧାର ନାଁରେ ଜେସିପି ମେସିନ ଲଗାଇ ତିନି ଚାରି ଫୁଟ ଖୋଳା ଯାଇଛି। ଖୋଳା ଯାଇଥିବା ପଙ୍କ ମାଟି ବ୍ୟକ୍ତିଗତ ଚାଷ ଜମିରେ ନିଜ ଖର୍ଚ୍ଚରେ ଟ୍ରାକ୍ଟର ଭଡା କରି ଜମି ମାଲିକ ନେଉଛନ୍ତି। ପୂର୍ବରୁ ପ୍ରାୟ ୨୦ ଲକ୍ଷ ଟଙ୍କା ଏହାର ପାହାଚ ନିର୍ମାଣ ରେ ଖର୍ଚ୍ଚ ହୋଇଥିବା ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି। ମାଟି ସ୍ଥାନାନ୍ତର ଖର୍ଚ୍ଚ ଠିକାଦାରଙ୍କୁ କରିବାକୁ ପଡି ନାହିଁ ବୋଲି ଗ୍ରାମବାସୀ ବିଧାୟକଙ୍କୁ ଅବଗତ କରାଇଛନ୍ତି। ପୋଖରୀ ର ଶୋଚନୀୟ ଅବସ୍ଥା ଦେଖି ବିଧାୟକ ବ୍ଲକ ପ୍ରଶାସନ ଉପରେ ଗର୍ଜିଛନ୍ତି। ବସ୍ତି ବାସିନ୍ଦା ଙ୍କ ଦୈନଦିନ ଆବଶ୍ୟକତା ମଧ୍ୟରେ ଗୃହପାଳିତ ପଶୁଙ୍କ ପିଇବା ପାଣି,ଲୁଗାପଟା ସଫା କରିବା ସ୍ନାନ ଓ ଶୌଚ କରିବା ଆଦି କାର୍ଯ୍ୟ ଲାଗି ଏହି ପୋଖରୀ ଉପରେ ବର୍ଷ ବର୍ଷ ଧରି ନିର୍ଭର କରି ଆସୁଥିବା ବେଳେ ସେସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ବସ୍ତି ଲୋକେ। ପାରଦର୍ଶିତା ଅବଲମ୍ବନ ପୂର୍ବକ ତୁରନ୍ତ ବର୍ଷା ପୂର୍ବରୁ ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ତାଗିଦ୍ କରିଛନ୍ତି ବିଧାୟକ। ନିମ୍ନ ମାନର କାର୍ଯ୍ୟ ଦେଖି ବିଧାୟକ ବିଲ୍ ପାରିତ ନ କରିବାକୁ ଏ ଇ ଏବଂ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ଶ୍ରୀ ଭତରା।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow