ନିର୍ମାଣ ହୋଇପାରିଲାନି ରଥ, ଚାଲିଚାଲି ମାଉସୀ ଘରକୁ ଗଲେ ତିନି ଠାକୁର ।

Jun 28, 2025 - 17:14
 0  125
ନିର୍ମାଣ ହୋଇପାରିଲାନି ରଥ, ଚାଲିଚାଲି ମାଉସୀ ଘରକୁ ଗଲେ ତିନି ଠାକୁର ।

ଚନ୍ଦାହାଣ୍ଡି ,୨୮l୬(ଷ୍ଟାର ନିୟୁଜ ଓଡ଼ିଶା): ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଫଟକି ପଞ୍ଚାୟତ ସଦରରେ ଅନୁଷ୍ଟିତ ହୋଇଥିବା ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ବିନା ରଥରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ଚାଲି ଚାଲି ମାଉସି ମନ୍ଦିରକୁ ଯାଇ ଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଗଭୀର ଦୁଃଖ ପ୍ରକାଶ ପାଇଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଏକ ସ୍ୱତନ୍ତ୍ର ଦୃଷ୍ଟି ଦେଇ ରଥ ନିର୍ମାଣ ଦିଗରେ ସହାୟତା କରିବା ପାଇଁ ଫଟକି ଗ୍ରାମବାସୀ ଏବଂ ଅଞ୍ଚଳର ଜଗନ୍ନାଥ ପ୍ରେମୀମାନେ ଦାବୀ କରିଛନ୍ତି ।ଫଟକି ଜଗନ୍ନାଥ ପୂଜା କମିଟିର ସଭାପତି ଦାମୋଦର ମାଝି ଙ୍କ କହିବା ଅନୁସାରେ, ଫଟକି ଗ୍ରାମରେ ଦୀର୍ଘ 100 ବର୍ଷରୁ ଉର୍ଦ୍ଦ ହେବ ଗ୍ରାମବାସୀଙ୍କ ଦ୍ୱାରା ଗୁଣ୍ଡିଚା ରଥଯାତ୍ରା ପାଳନ କରାଯାଉଛି |ଏହି ରଥଯାତ୍ରା ରେ କୋଇଲିମୁଣ୍ଡା, ତିଲିମାଳ,ଦେଓବନ୍ଦ, ସମେତ ଜଙ୍ଗଲ ଉପାନ୍ତରେ ରହିଥିବା ବତାଝର, ଦହିମାଲ ଆଦି ଗ୍ରାମର ଲୋକମାନେ ଏଠାକୁ ଗୁଣ୍ଡିଚା ରଥଯାତ୍ରା ଦେଖିବାକୁ ଆସିଥାନ୍ତି । ପ୍ରତିବର୍ଷ ତିନି ଠାକୁର ରଥାରୁଡ ହୋଇ ମାଉସି ମନ୍ଦିରକୁ ବିଜେ କରିଥାନ୍ତି କିନ୍ତୁ ରଥ ପୁରୁଣା ହୋଇଥିବାରୁ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ଜଙ୍ଗଲରୁ କାଠ ଅଣା ଯାଉଥିବା ସମୟରେ 30 ମାର୍ଚ୍ଚ 2025 ରେ ଉମରକୋଟ ବନ ବିଭାଗ 12ଟି କାଠ ବୋଝଇ ଟ୍ରାକ୍ଟରକୁ ଜବତ କରିଥିଲା | ଯେଉଁ କାଠ ଗୁଡିକ ରଥ ନିର୍ମାଣ ପାଇଁ ଅଣା ଯାଉଥିଲା। ବନ ବିଭାଗ କାଠ ଜବତ କରିବାରୁ ଭଗବାନଙ୍କ ପାଇଁ ରଥ ନିର୍ମାଣ ହୋଇ ପାରିଲା ନାହିଁ ବୋଲି ଗ୍ରାମବାସି କହିଛନ୍ତି । ଚଳିତ ବର୍ଷ ରଥଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ ହେବା ସହ ଅତି ଶ୍ରଦ୍ଧା ର ସହ ଭକ୍ତ ମାନେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଥିବା ବେଳେ ପ୍ରଭୁଙ୍କ ରଥ ଦୌଡି ଟାଣିବାରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କ ମନରେ ଗଭିର ଦୁଃଖ ପ୍ରକାଶ ପାଇଥିଲା ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow