ନିଶାମୁକ୍ତ ଭାରତ ଅଭିଯାନକୁ ଯୁବସମାଜର ସମର୍ଥନ"- ଭାରତ ସରକାରଙ୍କ ପଦକ୍ଷେପକୁ ଆଗକୁ ବଢ଼ାଇଲା ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ ।

Sep 21, 2025 - 21:29
 0  24
ନିଶାମୁକ୍ତ ଭାରତ ଅଭିଯାନକୁ ଯୁବସମାଜର ସମର୍ଥନ"- ଭାରତ ସରକାରଙ୍କ ପଦକ୍ଷେପକୁ ଆଗକୁ ବଢ଼ାଇଲା ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ ।

ଭୁବନେଶ୍ୱର,୨୧l୯ ( ଷ୍ଟାର ନିୟୁଜ ଓଡିଶା) :ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏବଂ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ ସହଯୋଗରେ “ନିଶାମୁକ୍ତ ଯୁବା — ବିକଶିତ ଭାରତ ପାଇଁ” ଶୀର୍ଷକ ଯୁବ ସମ୍ମିଳନୀ ଭୁବନେଶ୍ଵରରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ସହ ଅନ୍ୟ ତିନିଟି ମହାବିଦ୍ୟାଳୟରେ ସଫଳତାର ସହ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ଓଡ଼ିଶା ଅଧ୍ୟକ୍ଷା ତଥା ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ନୋଡାଲ ପ୍ରଭାରୀ ଡା. ସୁନୀତି ମୁଣ୍ଡ, ଅଧ୍ୟକ୍ଷତାରେ ଏହି ଯୁବ ସମ୍ମେଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେବା ସପ୍ତାହର ଅଂଶ ଭାବେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହି ବିଶେଷ କାର୍ଯ୍ୟକ୍ରମକୁ ଆୟୋଜନ କରୁଛି। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ୩୦୦ରୁ ଅଧିକ ଛାତ୍ର-ଛାତ୍ରୀଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ମିଳନୀରେ ଯୋଗ ଓ ଧ୍ୟାନ ସହ ପ୍ରେରଣାଦାୟୀ ଉପଦେଶ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବସମାଜକୁ ନିଶା ବିରୋଧୀ ସଂଘର୍ଷ ପାଇଁ ଏକତ୍ରିତ ହେବାର ସନ୍ଦେଶ ଦିଆଯାଇଛି ।ମୁଖ୍ୟ ଅତିଥି ଭାବରେ ପୂର୍ବତନ ନୌସେନା ଅଧିକାରୀ ଏବଂ ଇଲେକ୍ଟ୍ରୋନିକ ୱାରଫେୟାର ବିଶେଷଜ୍ଞ ବିଦ୍ୟାଧର ନାୟକ କହିଲେ ଯେ "ଆଜି ଭାରତର ସବୁଠୁ ବଡ଼ ସମସ୍ୟା ହେଉଛି ଯୁବମାନଙ୍କ ମଧ୍ୟରେ ନିଶାର ପ୍ରବୃତ୍ତି। ଏଇ ନିଶାଦ୍ରବ୍ୟ ଜରିଆରେ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ଆମ ଦେଶରେ ଏକ ଡ୍ରଗ୍ସ ଜେହାଦ୍ ଆରମ୍ଭ କରି ଦେଇଛି । ଯୁବ ସମାଜ ଏ ନେଇ ସତର୍କ ରହିବା ପାଇଁ ସେ ଆହ୍ଵାନ ଦେଇଥିଲେ ।" ଡାକ୍ତର ସୌମ୍ୟରଞ୍ଜନ ମିଶ୍ର ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ । ବିଶେଷ ଅତିଥି ଭାବରେ ଯୋଗଦେଇ ପୁଲିସ ନିରୀକ୍ଷକ ଅଭିମନ୍ୟୁ ଦାସ ମଦ୍ୟପାନ ଜନିତ ଦୁର୍ଘଟଣା ସହ ସମାଜରେ ପ୍ରତିଦିନ ଘଟୁଥିବା ଅପରାଧ ଉପରେ ଯୁବସମାଜକୁ ସଚେତନ କରାଇ ଥିଲେ । ନିଶାରୁ ମୁକ୍ତିଲାଭ କରିଥିବା ଗିରିଶ ରଞ୍ଜନ ମହାନ୍ତି ନିଜର ନିଶାସକ୍ତ ଜୀବନର ବ୍ୟଥା କହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଶାର ଦୁଷ୍ପରିଣାମ ନେଇ ସଚେତନ କରାଇ ଥିଲେ ।ସେହିପରି ସୃଷ୍ଟି ଏକାଡେମୀରେ 200ରୁ ଅଧିକ ଛାତ୍ର-ଛାତ୍ରୀ ଏହି ଅଭିଯାନରେ ଭାଗ ନେଇଥିଲେ । ସେଠାରେ ପୂର୍ବତନ ସେନା ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ଡା. ଉଦିତ ପଣ୍ଡା କବି କିଶନ ଖଣ୍ଡେଲୱାଳ ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ଥିଲେ।ନିଶାରୁ ମୁକ୍ତ ଅମରେନ୍ଦ୍ର ଦାସ ନିଜର କଥା ରଖିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ ଡା. ଉମାକାନ୍ତ ଦାସ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବା ପରେ ସହଅଧ୍ୟାପିକା କଲ୍ୟାଣୀ ସେନାପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ 250ରୁ ଅଧିକ ଛାତ୍ରୀ ଏହି ଅଭିଯାନ ସହିତ ସଂପୃକ୍ତ ହୋଇଥିଲେ । ଉପକୁଳପତି ପ୍ରଫେସର ଚଣ୍ଡୀଚରଣ ରଥ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ କର୍ଣ୍ଣେଲ ଜ୍ୟୋତିର୍ମୟ ଶତପଥୀ , ସ୍ଥାନୀୟ ଆଇଆଇସି ସୁଚିତ୍ର ବୀର୍ୟ ଦାସ, ସହଅଧ୍ୟାପିକା ଅପରାଜିତା ବିଶ୍ୱାଳ, ବ୍ୟଙ୍ଗ କବି ସତ୍ୟାନାଶ ଏବଂ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ଜାତୀୟ ଉପାଧ୍ୟକ୍ଷ (ସ୍ବାବଲମ୍ବନ ପ୍ରକୋଷ୍ଠ) ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ନିଶାରୁ ମୁକ୍ତ ହୋଇ ଅନ୍ୟମାନଙ୍କୁ ପ୍ରେରିତ କରୁଥିବା ଟ୍ରୁ ଲାଇଫ ଫାଉଣ୍ଡେସନର ଅଧ୍ୟକ୍ଷ ସୌମ୍ୟଶ୍ରୀ ପ୍ରିୟଦର୍ଶନ କର ନିଜର ଅନୁଭବର କଥା କହି ବାତାବରଣକୁ ସ୍ତବ୍ଧ କରି ଦେଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଦେବୀଦତ୍ତ ମହାନ୍ତି , ମାନସ ରଞ୍ଜନ ତ୍ରିପାଠୀ, ନମିତା ମାଧି ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ ।

କେସିଙ୍ଗାରୁ ବିୟୁରୋ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା।

What's Your Reaction?

like

dislike

love

funny

angry

sad

wow

SUJAYA EDITOR