ନୂଆପଦର ମଣ୍ଡଳ ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ।

Aug 14, 2025 - 08:29
0 38
ନୂଆପଦର ମଣ୍ଡଳ ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ।

ଫିରିଙ୍ଗିଆ, ୧୩l୮ (ଷ୍ଟାର ନିୟୁ ଲଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ମଣ୍ଡଳ ତରଫରୁ ବୁଧବାର ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କେଳାପଡା ପଞ୍ଚାୟତ ବୈରିକୁମ୍ପା ଠାରୁ କେଳାପଡା ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରାରେ ଅଞ୍ଚଳ ବାସୀ ଉପସ୍ଥିତ ରହି ବାଇକ୍ ସଭା ଯାତ୍ରା ଭାଗନେଇଥିଲେ ସହ ଉତ୍ସାହ ଓ ଗର୍ବର ସହିତ ଜାତୀୟ ପତାକା ଧରି ଏବଂ ସ୍କୋଗାନ ଦେଇ ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମ ରେ ମଣ୍ଡଳ ସଭାପତି ଦେବଶ୍ଵର ଦୀପ, ସାଂସଦ ପ୍ରତିନିଧି ଗୋଲକ ବିହାରୀ କହଁର, ବିଧାୟକ ପ୍ରତିନିଧି ପ୍ରଶାନ୍ତ କୁମାର କମ୍ପ, ସାଧାରଣ ସମ୍ପାଦକ ବିକ୍ରମ ଚରଣ କହଁର,ପ୍ରଦିପ ନାୟକ, କାର୍ତ୍ତିକ ଗୁରାଣ୍ଡି, ଯୁବ ନେତା ରଘୁପତି କହଁର, ନୂଆପଦର ମଣ୍ଡଳ ପ୍ରଭାବାରି ମୁଖ୍ୟ ଅତିଥି ଆଦିତ୍ୟ କହଁର ଯୋଗଦେଇ ଥିବା ବେଳେ ୧୨ ପଞ୍ଚାୟତ ର ପ୍ରମୁଖ ମାନେ ଉପସ୍ଥିତ ଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User