ନୂତନ ଜେନ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ କଳାହାଣ୍ଡି ଜିଏନଏମ କଲେଜ୍ ଅଫ୍ ନର୍ସିଂ ଭବାନିପାଟଣା ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ରାଲି

May 08, 2026 - 21:01
0 16
ନୂତନ ଜେନ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ କଳାହାଣ୍ଡି ଜିଏନଏମ କଲେଜ୍ ଅଫ୍ ନର୍ସିଂ ଭବାନିପାଟଣା ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା ରାଲି

ଭବାନୀପାଟଣା :  ତା.୮l୫ ( ଷ୍ଟାର ନିୟୁଜ ଓଡିଶା )ନୂତନ ଜେନ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ କଳାହାଣ୍ଡି ଜିଏନଏମ କଲେଜ୍ ଅଫ୍ ନର୍ସିଂ, ଭବାନିପାଟଣା ପକ୍ଷରୁ ଏକ  ସ୍ୱାସ୍ଥ୍ୟ ସଚେତନତା ରାଲି ଅନୁଷ୍ଟିତ ହୋଇଥିଲା କଳାହାଣ୍ଡି  ପରିଚାଳନା ନିର୍ଦ୍ଦେଶିକା ଜ୍ୟୋତ୍ସ୍ନା ମଞ୍ଜରୀ ମିଶ୍ର ତତତ୍ୱାବଧାନରେ ଏହି ରାଲୀ ହୋଇଥିଲା ଏହି ସ୍ୱାସ୍ଥ୍ୟ ସଚେତନା ରାଲି ଭବାନିପାଟଣା ହନୁମାନ ମନ୍ଦିର ଠାରୁ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଥିଲା ବୋଲି ମତ ବ୍ୟକ୍ତ କରିଥିଲେ ସେବା ସହିତ କରୁଣା ରହିଲେ ରୋଗୀ ପାଇଁ ମହୋଷଧି ପାଲଟିଥାଏ | ଚିକିତ୍ସା ସହିତ ରୋଗୀଙ୍କ ପାଇଁ ସମ୍ମାନ ରହିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଭବାନୀପାଟଣା ସହରର ଇରିଗେସନ କଲୋନୀରେ କଳାହାଣ୍ଡି  ପରିଚାଳନା ନିର୍ଦ୍ଦେଶିକା ଜ୍ୟୋତ୍ସ୍ନା ମଞ୍ଜରୀ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ 
ନସିଂ ପକ୍ଷରୁ ଅନ୍ତର୍ଜାତୀୟ ନସିଂ ସପ୍ତାହ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା।  ଓ ଏହି ସ୍ୱାସ୍ଥ୍ୟ ସଚେତନତା ରାଲି ରେ
କଳାହାଣ୍ଡି GNM କଲେଜ ଅଫ୍ ନର୍ସିଂର ସମସ୍ତ କର୍ମଚାରୀ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ  ନୂତନ ଜେନ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସ କଳାହାଣ୍ଡି ଅନ୍ତର୍ଗତ ଜିଏନଏମ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ଏହି ରାଲିରେ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ଅଂଶଗ୍ରହଣ କରି ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା, ପରିଚ୍ଛନ୍ନତା ଓ ସୁସ୍ଥ ଜୀବନ ଶୈଳୀ ସମ୍ପର୍କରେ ସଚେତନ କରିଥିଲେ।
ରାଲିଟି ହନୁମାନ ମନ୍ଦିର ପରିସରରୁ ଆରମ୍ଭ ହୋଇ ସହରର ବିଭିନ୍ନ ପ୍ରମୁଖ ସ୍ଥାନ ପରିକ୍ରମା କରିଥିଲା। ଛାତ୍ରଛାତ୍ରୀମାନେ ହାତରେ ସଚେତନତା ମୂଳକ ପ୍ଲାକାର୍ଡ ଧରି “ସ୍ୱାସ୍ଥ୍ୟ ହିଁ ସମ୍ପଦ”, “ସ୍ୱଚ୍ଛତା ରଖନ୍ତୁ, ରୋଗ ଦୂର କରନ୍ତୁ” ପରି ବାର୍ତ୍ତା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇବା ସହ ସାଧାରଣ ଲୋକଙ୍କ ମଧ୍ୟରେ ସକାରାତ୍ମକ ସନ୍ଦେଶ ପହଞ୍ଚିଥିବା କଲେଜ୍ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User