ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ ।

Apr 30, 2025 - 17:27
0 60
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ ।

ଭବାନୀପାଟଣା,୩୦l୪ (ଷ୍ଟାର ନିୟୁଜଡିଶା):ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର କଳାହାଣ୍ଡି ଭବାନୀପାଟଣା ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା କୃଷକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ମଳୟ କୁମାର ପରିଡାଙ୍କ ଅଧକ୍ଷ୍ୟତାରେ ପରମ୍ପରା ଅନୁଯାୟୀ ପୂଜାର୍ଚନା କରି ଅକ୍ଷୀମୁଠି ଅନୁକୂଳ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ କୃଷି ମହାବିଦ୍ୟାଳୟ ଡିନ ଶ୍ରୀଯୁକ୍ତ ଶାନ୍ଟୁନୁ ତ୍ରିପାଠୀ, ପ୍ରକଳ୍ପ ଅଧିକାରୀ Watershed ଶ୍ରୀ ପ୍ରଭାକର ନାଏକ, ଜୁନାଗଡ଼ FAIC Chairman ଶ୍ରୀ ଅଶୋକ ପଟ୍ଟନାୟକ, ସହକାରୀ କୃଷି ଅଧିକାରୀ ଭବାନୀପାଟଣା ଶ୍ରୀ ପ୍ରମୋଦ ବେହେରା, ସହକାରୀ କୃଷି ଅଧିକାରୀ ନର୍ଲା ଶ୍ରୀ ଶୁଭେନ୍ଦୁ କର, ସହକାରୀ କୃଷି ଅଧିକାରୀ ଧର୍ମଗଡ଼ ଶ୍ରୀ ସଞ୍ଜୟ ପାତ୍ର, ସହକାରୀ କୃଷି ଅଧିକାରୀ ଜୁନାଗଡ଼ ଶ୍ରୀ କମଳ ନାଏକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାରୁ ପାଖାପାଖି ୨୦୦ ଚାଷୀ ଆସି ଯୋଗଦେଇଥିଲେ। ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷ ଉତ୍ପାଦନ ବୃଦ୍ଧି କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ଦରୱାନ ଉପସ୍ଥିତ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଚାଷୀ ମାନଙ୍କୁ ଅନୁକୂଳ ପରିବେଶ ସୃଷ୍ଟି କରିବାପାଇଁ କୃଷି ବିଭଗାର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ସୁଶ୍ରୀ ସୁନିତା ଶର୍ମା ଙ୍କ ମଞ୍ଚ ପରିଚାଳନା ବେଶ ଆକର୍ଷଣୀୟ ଓ ମନଲୋଭା ହେଇପାରିଥିଲା। ପରିଶେଷରେ ଏଲୋରା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରାଯାଇଥିଲା l

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User