ପଲ୍ଲିଶ୍ରୀ ମେଳାରେ ଜମୁଛି ଭିଡ଼ ଏଥର ବେପାର ଛୁଇଁବ ୨ କୋଟି

Jan 16, 2026 - 19:28
0 24
ପଲ୍ଲିଶ୍ରୀ ମେଳାରେ ଜମୁଛି ଭିଡ଼ ଏଥର ବେପାର ଛୁଇଁବ ୨ କୋଟି

ଭବାନୀପାଟଣା, ୧୬/୦୧(  ଷ୍ଟାର ନିୟୁଜ ଓଡିଶା)-ରାଜ୍ୟ ସରକାରଙ୍କ ଓରମାସ ଦ୍ୱାରା ଉତ୍ସବ ପଡ଼ିଆରେ ଆୟୋଜିତ ପଲ୍ଲିଶ୍ରୀ ମେଳାରେ ୧୨୭ ଗୋଟି ଷ୍ଟଲ ଖୋଲାଯାଇଛି। ସେହିପରି ମିଶନଶକ୍ତି, ନାବାର୍ଡ, ଟ୍ରାଇଫେଡ଼, ଭବାନୀପାଟଣା ଜିଲ୍ଲା ମୁଖ୍ୟ କାରାଗାର, ଜିଲ୍ଲା ଜଳଛାୟା ମିଶନ ତଥା ବିଭିନ୍ନ କୃଷକ ଉତ୍ପାଦକ ସଂଘ, ଉତ୍ପାଦକ ସଂଘ, ସ୍ୱୟଂ ସହାୟକ ଗୋଷ୍ଠୀର ଅନ୍ୟ କିଛି ଷ୍ଟଲ ମିଶି ସମୁଦାୟ ୧୩୭ଗୋଟି ଷ୍ଟଲ ଖୋଲାଯାଇଛି। ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସାମଗ୍ରୀ ସହିତ ବିହାରର ମଧୁବନୀ, ଭାଗଲପୁର ଶିଳ୍କ କପଡ଼ା, ଗୁଜରାଟର ହାତବୁଣା ବେଡ଼ସିଟ, ଉତ୍ତରପ୍ରଦେଶର କାର୍ପେଟ, ପିତ୍ତଳ ଓ  କାଠ ତିଆରି ବିଭିନ୍ନ ସାମଗ୍ରୀ, ଚୀନା ମାଟିର ସାମଗ୍ରୀ ଷ୍ଟଲ ଗୁଡ଼ିକରେ ବେଶ ଭିଡ଼ ଦେଖିବାକୁ ମିଳୁଛି। ଲୋକଙ୍କ ଭିଡ଼ ସହିତ ଏଠାରେ ବେପାର ମଧ୍ୟ ବେଶ ଭଲ ହେଉଥିବା ନେଇ ସୂଚନା ମିଳିଛି। ଉତ୍ସବର ଉଦଘାଟନୀ ଦିବସରେ ୨୩ ଲକ୍ଷ ୩୦ ହଜାର ଟଙ୍କାର ବ୍ୟବସାୟ ହୋଇଥିବାବେଳେ ଉତ୍ସବର ଦ୍ଵିତୀୟ ଦିବସରେ ପ୍ରାୟ ୩୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି। ଗତ ବର୍ଷ ୨୭ତମ କଳାହାଣ୍ଡି ଉତ୍ସବରେ ୧ କୋଟି ୪୩ ହଜାର ଟଙ୍କାର ବ୍ୟବସାୟ ହୋଇଥିବାବେଳେ ଏ ବର୍ଷ ବ୍ୟବସାୟ ପରିମାଣ ୨ କୋଟି ଟପିବ ବୋଲି ଆଶା କରାଯାଉଛି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇ ଙ୍କ ରିପୋଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User