ପାର୍ଟପ୍ଲଟ୍, ଘରକୁ ଖାଲିଜାଗା ଦର୍ଶାଇ ବିକ୍ରି।

ଜୟପାଟଣା,୨୭l୫(ଷ୍ଟାରନିଉଜ ଓଡିଶା):ରାଜ୍ୟ ସରକାର ସାରା ରାଜ୍ୟରେ ପାର୍ଟପ୍ଲଟ ପଞ୍ଜୀକରଣକୁ ବେନିୟମ ଘୋଷଣା କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ସବ୍ରେଜିଷ୍ଟ୍ରାର ଅଫିସରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ସେହିଭଳି ଜମିରେ ଘରଥିବାବେଳେ ଏହାକୁ ଖାଲିଜାଗା ଦର୍ଶାଇ ତଞ୍ଚକତା କରି ରେଜିଷ୍ଟ୍ରେସନ କରିଥିବା ଅଭିଯୋଗ ହୋଇଛି।୨କୋଟି ରୁ ଉର୍ଦ୍ଧ୍ୱ ଟଙ୍କା ରେ ୨ଏକର ଜାଗା ବିକି ଦେଲେ ପୁତୁରା।କଳାହାଣ୍ଡି ଜିଲ୍ଲା ଜୟପାଟଣା ମୌଜାର ଖାତା ନଂ ୨୫୫/୫୩୩ର ପ୍ଲଟ୍ ନଂ ୩୨୯/୩୬୧୪ରେ ୧ ଏକର ୨୬ ଡିସିମିଲରୁ ୯୦ ଡିସିମିଲ, ପ୍ଲଟ୍ ନଂ୩୩୧ରେ ୪ ଡିସିମିଲ, ପ୍ଲଟ ନଂ ୩୩୨ରେ ୬ ଡିସିମିଲ, ପ୍ଲଟ୍ ନଂ ୩୨୯ରେ ୧ ଏକର ପାର୍ଟପ୍ଲଟ ଗତ ରେଜିଷ୍ଟ୍ରେସନ ହୋଇଛି | ଫେବ୍ରୁଆରି ୨୮ ତାରିଖରେ ଜୟପାଟଣା ସବ୍ରେଜିଷ୍ଟ୍ରାର ଅଫିସରେ ରଞ୍ଜନ ଦାସ, ମମତା ମହାନ୍ତି ଓ ବନିତା ଦାସ କୋକସରାର ବିକ୍ରମ ଗୁପ୍ତାଙ୍କୁ ସମୁଦାୟ ୨ ଏକର ଜାଗା ବିକ୍ରି କରିଥିଲେ | ପ୍ଲଟ ନଂ ୩୩୧ରେ ୪ ଡିସିମିଲ ଓ ପ୍ଲଟ୍ ନଂ ୩୩୨ରେ ୬ ଡିସିମିଲରେ ଆଦୌ ଘର ନଥିବା ଦର୍ଶାଇ ରେଜିଷ୍ଟ୍ରେସନ ହୋଇଛି। ରେଜିଷ୍ଟ୍ରେସନରେ ଖାଲିଥିବା ଦର୍ଶାଇ ରେଜିଷ୍ଟ୍ରେସନ କରିଥିବା ଯୋଗୁଁ ବର୍ତ୍ତମାନ ଜେସିବି ଲଗାଇ ଘର ଭାଙ୍ଗିବାକୁ ଯାଇଥିବା ବେଳେ ଏହାର ତୀବ୍ର ବିରୋଧ କରାଯାଇ ଜୟପାଟଣା ଥାନାରେ ଅଭିଯୋଗ ହୋଇଛି । ଏହାକୁ ନେଇ ଜୟପାଟଣା ଥାନାରେ ମାମଲା ରୁଜୁହୋଇ ତଦନ୍ତ ଚାଲିଛି। ଗୋଟିଏ ପଟେ ପାର୍ଟପ୍ଲଟ ରେଜିଷ୍ଟ୍ରେସନ ଓ ଅନ୍ୟପଟେ ଘର ଥାଇ ଖାଲିଜାଗା ଥିବା ଦର୍ଶାଇ ରେଜିଷ୍ଟ୍ରେସନ ହୋଇଥିବା ଘଟଣା ତଦନ୍ତ ସାପେକ୍ଷ। ଏହି ପ୍ଲଟ୍ର କୋର୍ଟରେ ମାମଲା ଥିବା ବେଳେ ତରବରିଆ ଭାବେ ରେଜିଷ୍ଟ୍ରେସନ ହୋଇଥିବାରୁ ତହସିଲର ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଜୟପାଟଣା ତହସିଲଦାର ରଘୁନାଥ ମୁଣ୍ଡାରୀଙ୍କୁ ପଚାରିବାରୁ ସହରାଞ୍ଚଳରେ ପାର୍ଟପ୍ଲଟ ରେଜିଷ୍ଟ୍ରେସନ ବନ୍ଦ ଅଛି, କିନ୍ତୁ ଜୟପାଟଣା ଗ୍ରାମାଞ୍ଚଳ ହୋଇଥିବା ଯୋଗୁଁ ଏଥିରେ କୌଣସି ଅସୁବିଧା ନାହିଁ| ରାଜସ୍ବ ନିରୀକ୍ଷକଙ୍କ ଖାଲିଜାଗା ଥିବା ରିପୋର୍ଟକୁ ଆଧାର କରି ରେଜିଷ୍ଟ୍ରେସନ ହୋଇଛି | କୋର୍ଟରେ ମାମଲା ଥିବା ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ସେ କହିଛନ୍ତି ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍
What's Your Reaction?






