ଫିରିଙ୍ଗିଆ ପୋଲିସ୍ ପୁଣି କାଟିଲା ୧୩୬ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ I

Nov 25, 2025 - 20:44
1 307
ଫିରିଙ୍ଗିଆ ପୋଲିସ୍  ପୁଣି କାଟିଲା ୧୩୬ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ I

ଫିରିଙ୍ଗିଆ,୨୫l୧୧(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ରୁ ଗଞ୍ଜେଇ କାରବାର କୁ ସମୂଳେ ବିନାଶ କରିବା ପାଇଁ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟ ପୋଲିସ ମୁଖିଆ ଙ୍କ ନିର୍ଦେଶ ଓ ଜିଲ୍ଲା ପୋଲିସ ମୁଖିଆ ଙ୍କ ପ୍ରତକ୍ଷ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଅପରେସନ ନୀଳ ଜହର ବା ଗଞ୍ଜେଇ ଗଛକଟା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଅନୁରୂପ ଭାବରେ ଜିଲ୍ଲାର ଗଞ୍ଜେଇ କାରବାର କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଫିରିଙ୍ଗିଆ ପୋଲିସ ପକ୍ଷରୁ ଏହି ଅଭିଯାନ ତୃତୀୟ ଦିନରେ ପହଞ୍ଚିଛି I ତେବେ ଫିରିଙ୍ଗିଆ ପୋଲିସ ର ଏହି ଅଭିଯାନ ମଙ୍ଗଳବାର ଚତୁର୍ଥ ଦିନରେ ପଂହଁଞ୍ଚିଥିବା ବେଳେ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଙ୍କ ନେତୃତ୍ୱ ରେ ଥାନା ଅଧୀନରେ ଥିବା ପବିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ମଗମୁଣ୍ଡା, ମିନିଦାପି, ଜିମିନିପାଙ୍ଗା, ଓ ବାସା ପାଙ୍ଗା ଗାଁ ନିକଟବର୍ତ୍ତୀ ଜଙ୍ଗଲ ଜମି ମାନଙ୍କରେ ଚାଷ ହୋଇଥିବା ପ୍ରାୟ ୧୩୬ ଏକର ପରିମିତ ଜଙ୍ଗଲ ଜମି ମାନଙ୍କରେ ଚାଷ ହୋଇଥିବା ପାଖା ପାଖି କୋଟିଏ ତାଙ୍କର ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଛି I ତେବେ ମଙ୍ଗଳବାର ଦିନ ହୋଇଥିବା ଏହି ଅଭିଯାନ ରେ ଥାନାରେ କାର୍ଯ୍ୟରତ ଏସଏଆଇ ଅଜୟ କୁମାର ସାହୁ ଙ୍କ ସହ ବନବିଭାଗ, ପୋଲିସ ଓ ଅବକାରୀ ବିଭାଗ ର କର୍ମଚାରୀ ମାନେ ସାମିଲ ଥିବା ବେଳେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଗଛ ଗୁଡିକ କଟାଯାଇଥିଲା I 

ରିପୋର୍ଟ୍:-ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 1

Comments (0)

User