ନିଆଁରେ ପୋଡି ଦୁଇ ଗୁରୁତର ।

Dec 11, 2025 - 21:16
0 162
ନିଆଁରେ ପୋଡି ଦୁଇ ଗୁରୁତର ।

ଫିରିଙ୍ଗିଆ,୧୧l୧୨(ଷ୍ଟାର ନିୟୁଜ):ନିଆଁରେ ପୋଡି ଦୁଇ ଗୁରୁତର ।ଉଭୟ ଗୁରୁତରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ସୂଚନା ମିଳିଛି ।ପ୍ରାପ୍ତ ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା କଟ୍ରିଙ୍ଗିଆ ପଂଚାୟତ ଅନ୍ତର୍ଗତ ଗାଡିପଦର ଗ୍ରାମର କାଶିନୀ ପଡାର ରାଦ କହଁର(60)ଗତ ରାତ୍ରି ପ୍ରାୟ 4ଘଣ୍ଟା ସମୟରେ ଘର ଭିତରେ ଚୁଲି ପାଖରେ ସୋଇଥିଲା ।ଠିକ ଏହି ସମୟରେ ରାଦଙ୍କ ପିନ୍ଧା ଲୁଗାରେ ଚୁଲି ନିଆଁ ଲାଗିବାରୁ ରାଦ ଚିତ୍କାର କରି ଥିଲେ ।ରାଦଙ୍କ ଚିତ୍କାର ଶୁଣି ଘରଲୋକ ରାଦଙ୍କ ପାଖରେ ପହଂଚି ତାଙ୍କୁ ନିଆଁରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଡାକି ଫୁଲବାଣୀ ମେଡିକାଲରେ ନେଇ ଭର୍ତି କରିଥିଲେ ।ଠିକ ସେହିପରି କଟ୍ରିଙ୍ଗିଆ ପଂଚାୟତ ଅନ୍ତର୍ଗତ କିରାପଲା ଗ୍ରାମର ଦୁଃଶାସନ କହଁରଙ୍କ ସ୍ତ୍ରୀ କମଳା କହଁର (୩୫)ରାତି ପ୍ରାୟ 3ଘଣ୍ଟା ସମୟରେ ନିଆଁ ପଉଥିବା ବେଳେ ତାଙ୍କ ଶାଢ଼ୀ କାନିରେ ନିଆଁ ଲାଗି ଯିବାରୁ ସେ ମଧ୍ୟ ଗୁରୁତର ଅବସ୍ଥାରେ ଫୁଲବାଣୀ ମେଡିକାଲରେ ପହଂଚି ଥିଲେ ।ବର୍ତମାନ ଉଭୟେ ଗୁରୁତର ଫୁଲବାଣୀ ମେଡିକାଲରେ ଭର୍ତି ହୋଇ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 1
Angry Angry 0

Comments (0)

User