୧୨ଲକ୍ଷ ୮୭ହଜାର ଟଙ୍କା ହଡପ ଘଟଣାରେ କୁଏରିମାଣ୍ଡୁ ପୂର୍ବତନ ପିଇଓ ଗିରଫ ।

Nov 28, 2025 - 20:48
Updated: 9 months ago
0 514
୧୨ଲକ୍ଷ ୮୭ହଜାର ଟଙ୍କା ହଡପ ଘଟଣାରେ କୁଏରିମାଣ୍ଡୁ ପୂର୍ବତନ ପିଇଓ ଗିରଫ ।

ଫିରିଙ୍ଗିଆ,୨୮l୧୧ (ଷ୍ଟାର ନିୟୁଜ): ୧୨ଲକ୍ଷ ୮୭ହଜାର ୨୦୧ଟଙ୍କା ହଡପ କରି କୁଏରିମାଣ୍ଡୁର ପୂର୍ବତନ ପିଇଓ ବିନାୟକ ନାୟକ ଭିଜିଲାନ୍ସ ହାତରେ ବନ୍ଧା ପଡ଼ିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କୁଏରିମାଣ୍ଡୁ ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଫେବୃଆରୀ ଓ ମାର୍ଚ୍ଚ ମାସରେ ପଞ୍ଚାୟତକୁ ଏସଏଫସି ପାଣ୍ଠିରୁ ୧୨ଲକ୍ଷ ୮୭ହଜାର ୨୦୧ ଟଙ୍କା ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପାଇଁ ଆସିଥିଲା ।ହେଲେ ପିଇଓ ମହାଶୟ କୌଣସି କାର୍ଯ୍ୟ ନକରି ସବୁତକ ଟଙ୍କା ଆତ୍ମସାତ କରିଯାଇଛନ୍ତି ।ଏହି ମାମଲାରେ ସେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଵା ପରେ ସବୁ କଥା ପଦାରେ ପଡିଛି ।ବ୍ରହ୍ମପୁର ଭିଜିଲାନ୍ସ ପିଏସ ମାମଲା ନମ୍ବର ୧୮/୨୫ ଦୁର୍ନୀତି ନିବାରଣ ଆଇନ ୨୦୧୮ ଏବଂ ଭାରତୀୟ ନ୍ୟାୟ ସଂହିତା ର ଧାରା ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଥିବା ସୂଚନା ମିଳିଛି ।ଅଭିଯୁକ୍ତକୁ ଗିରଫ କରାଯିବା ପରେ ଫୁଲବାଣୀ କୋର୍ଟକୁ ବିଚାର ପାଇଁ ପଠା ଯାଇଥିବା ସୂଚନା ରହିଛି ।ଅନ୍ୟପକ୍ଷେ ଭିଜିଲାନ୍ସ ପକ୍ଷରୁ ମାମଲାର ତଦନ୍ତ ଜାରି ରଖାଯାଇଥିବା ସୂଚନା ମିଳିଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 1

Comments (0)

User