ଷଣ୍ଡସା ଠାରେ ସଂସଦୀୟ ସଂକୁଳ ବିକାଶ ପରିଯୋଜନାର ଶୁଭ ଉଦ୍ଘାଟନ ।

Nov 28, 2025 - 20:40
 0  33
ଷଣ୍ଡସା ଠାରେ ସଂସଦୀୟ ସଂକୁଳ ବିକାଶ ପରିଯୋଜନାର ଶୁଭ ଉଦ୍ଘାଟନ ।

ଝରିଗାଁ,୨୮l୧୧(ଷ୍ଟାର ନିୟୁଜ ଓଡିଶା): ନବରଙ୍ଗପୁର ଲୋକସଭା ସଂସଦୀୟ କ୍ଷେତ୍ର ଝରିଗାଁ ବ୍ଲକ, ଚିତାବେଡା ପଞ୍ଚାୟତ ଅନ୍ତର୍ଗତ ଷଣ୍ଡସା ଗ୍ରାମ ସ୍ଥିତ ଖେଳ ପଡିଆରେ ବିଜେପି ରାଜ୍ୟ ସଂଘଠକ ଭି. ସତୀଥ ଙ୍କ କରକୋମଲରେ ମା ପେନ୍ଡ୍ରାଣି ସଂସଦୀୟ ସଂକୁଳ ବିକାଶ ପରିଯୋଜନାର ଶୁଭ ଉଦ୍ଘାଟନ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗ ଦେଇଥିବା ସ୍ଥଳେ ସମ୍ମାନିତ ଅତିଥିଭାବେ ବିଜେପି ରାଜ୍ୟ ସଂଗଠକ ଭି.ସତୀଶ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ | ଆଦିବାସୀଙ୍କ ପାରମ୍ପାରିକ ବେଶଭୂଷା ପରିଧାନ ପୂର୍ବକ ନୃତ୍ୟ ସଙ୍ଗୀତ ପରିବେଷଣ କରି ଆଞ୍ଚଳିକ କଳାକାର ମାନେ ସାଂସଦ ମହୋଦୟଙ୍କୁ ସ୍ଵାଗତ କରି ମଞ୍ଚ ଉପରକୁ ପାଛୋଟି ନେଇଥିଲେ। କୁନି କଳାକାର ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ସହ ସାଂସ୍କୃତିକ ନୃତ୍ୟ ଗୀତ ସଂଗୀତ ପରିବେଷଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ରାଜସ୍ବ ଗ୍ରାମ ଅଧୀନ ନିର୍ଧାରିତ ହୋଇଥିବା ଚିତାବେଡା ପଞ୍ଚାୟତର ଷଣ୍ଡସା, ସିଉନାଗୁଡା,ଯାମଢଡା, ଗାଉଟିଆଗୁଡା, ଡେବରା଼ଗୁଡା, ପିପଲଗୁଡା, ଭାଲିଆଗୁଡା, କୋଦୋଭାଟିଆଗୁଡା ଓ ବାଣୁଆଗୁଡା ପଞ୍ଚାୟତର ସିନ୍ଧିଗୁଡା, କେନ୍ଦୁକୋନା, ପଳସଗାଁ, କୁହୁରା଼କୋଟ, ବାଦୀଆଗୁଡା, ଭୁଷାଗୁଡା, ଏକଟାଗୁଡା, ରାଜାମୁଣ୍ଡା, ଗମିଅଡା, ଧାରନିବେଡା, ଝରା଼ବାଳସାହି, ସାନ୍ତାସାହି, ଜୁନାପାରା, ନୁଆଁସାହି, ଗାଉଟିଆସାହି ଆଦି ଗ୍ରାମ ଗୁଡିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିକାଶ ମୂଳକ କାର୍ଯ୍ୟ ଗୁଡିକର ସଫଳ ରୂପାୟନ ପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଇ କାର୍ଯ୍ୟ ତ୍ଵରାନିତ ଓ ଶୀଘ୍ର କାର୍ଯ୍ୟ ଶେଷ କରିବାକୁ ସାଂସଦ ଶ୍ରୀ ମାଝୀ ଆହ୍ଵାନ ଦେଇଥିଲେ। |ଆବଶ୍ୟକୀୟ ମୌଳିକ ସୁବିଧା ଗୁଡିକ ମଧ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି ସେବା, କୃଷିକ୍ଷେତ୍ରରେ ଚାଷୀଙ୍କ ଆର୍ଥିକ ପ୍ରଗତି ପାଇଁ ସରକାରଙ୍କର ଲକ୍ଷ୍ୟ ଉଦେଶ୍ୟକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଅତିଥି ସାଂସଦ ବଳଭଦ୍ର ମାଝୀ ଗୁରୁତ୍ୱ ଦେଇଥିଲେ |ସାମ୍ପ୍ରତିକ ପରିସ୍ଥିତିରେ ଲୋକେ ହଜାର ଟଙ୍କା ଆୟ କରୁଥିବା ବେଳେ ତାହା ବୃଦ୍ଧିପାଇ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ବୃଦ୍ଧି କିପରି କରି ପାରିବେ ସେ ନିମନ୍ତେ ଏନ୍ଡିଏ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବାପାଇଁ ସଂକଳ୍ପ ବଦ୍ଧ ଥିବା ସାଂସଦ ଶ୍ରୀ ମାଝୀ ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ | କୃଷି ନିର୍ଭର ଆମ ଦେଶ ହୋଇଥିବା ବେଳେ କୃଷି ଦେଶର ମେରୁଦଣ୍ଡ ହୋଇ ରହିଛି। ତେଣୁ କୃଷି ଓ କୃଷକର ବିକାଶ ଏବଂ, ଗ୍ରାମାଞ୍ଚଳର ବିକାଶ ହେଲେ ହିଁ ଏକ ସମୃଦ୍ଧ ରାଷ୍ଟ୍ର ଗଠନ କରିଵା ସମ୍ଭବ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ମାଝୀ ନିଜ ଅବିଭାଷଣରେ କହିଥିଲେ|ଏହି ଅଭିପ୍ରାୟରେ ପ୍ରଥମ ପର୍ଯ୍ୟାୟରେ ଝରୀଗାଁ ବ୍ଲକ ଚିତାବେଡା ପଞ୍ଚାୟତର ଦୁଇଟା ରାଜସ୍ବ ଗ୍ରାମ ଅଧୀନରେ ଥିବା 8 ଟି ଗ୍ରାମ ଏବଂ ବଣୁଆ ଗୁଡା ପଞ୍ଚାୟତ ର 5 ଟି ରାଜସ୍ବ ଗ୍ରାମ ଅଧୀନରେ ଥିବା 16ଟି ଗ୍ରାମ ସରକାରଙ୍କ ଦ୍ୱାରା ନିର୍ଧାରିତ ସଂସଦୀୟ ସଂକୁଳ ବିକାଶ ପରି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି | ଆଞ୍ଚଳିକ ପ୍ରଥା,ପରମ୍ପରା, ରୀତିନୀତି, ସଂସ୍କୃତି ଓ ଚାଲିଚଳନ କିପରି ସୁରକ୍ଷିତ ଓ ସଂରକ୍ଷିତ ରହିବ ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ମାଝୀ ନିଜ ଅବିଭାଷଣରେ କହିଥିଲେ |ଏହି କାର୍ଯ୍ୟକ୍ରମରେ ଝରିଗାଁ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିବା ବେଳେ ପ୍ରମୁଖ ନେତୃବୃନ୍ଦ ମଧ୍ୟରେ ବିଜେପି ରାଜ୍ୟ ଉପ ସଭାପତି ରମେଶ ସାହୁ ,ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ,ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁ, ବିଜେପି ପ୍ରଭାରୀ ଏନଡି ଜୈନ,ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ତୁଳାବତି ସାନ୍ତା ସମେତ ତିନୋଟି ଜୋନର ମଣ୍ଡଳ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR