ଲକ୍ଷ୍ମୀ ବସ ସେବା ରୁ ବଞ୍ଚିତ କୁଏରୀମାଣ୍ଡୁ ପଞ୍ଚାୟତର ୪ଗୋଟି ୱାର୍ଡ ବାସିନ୍ଦା । ବସ ସେବା ଯୋଗେଇ ଦେବାକୁ ଦାବୀ ।

Nov 15, 2025 - 22:55
0 302
ଲକ୍ଷ୍ମୀ ବସ ସେବା ରୁ ବଞ୍ଚିତ କୁଏରୀମାଣ୍ଡୁ ପଞ୍ଚାୟତର ୪ଗୋଟି ୱାର୍ଡ ବାସିନ୍ଦା । ବସ ସେବା ଯୋଗେଇ ଦେବାକୁ ଦାବୀ ।

ଫିରିଙ୍ଗିଆ,୧୫l୧୧ (ଷ୍ଟାର ନିୟୁଜ): ପୂର୍ବତନ ରାଜ୍ୟ ସରକାର ତଥା ବିଜେଡି ସରକାରଙ୍କ ଅମଳରେ ପ୍ରତି ପଞ୍ଚାୟତକୁ ବ୍ଲକ ସହିତ ଯୋଡିବା ଉଦେଶ୍ୟରେ ଲକ୍ଷ୍ମୀ ବସ ସେବା ଆରମ୍ଭ କରାଯାଇଥିଲା । ସରକାରଙ୍କ ଉଦେଶ୍ୟ ଥିଲାକି, ମାତ୍ର ପାଞ୍ଚ (୫)ଟଙ୍କାରେ ଯେ କୌଣସି ପଞ୍ଚାୟତର ଜନସାଧାରଣ ଲକ୍ଷ୍ମୀ ବସରେ ଚଢି ବ୍ଲକ ସଦର ମହକୁମା ଯିବା ଆସିବା କରିପାରିବେ ।ସରକାରଙ୍କ ଏହି ଯୋଜନା ଗରିବ ଜନସାଧାରଣଙ୍କ ମୁହଁ ରେ ହସ ଫୁଟେଇ ଦେଇଥିଲା, ହେଲେ କିଛି ଉପାନ୍ତ ଅଞ୍ଚଳରେ ଏହି ଯୋଜନାଟି ପହଂଚି ପାରିନଥିବାରୁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଥିବା ଅଭିଯୋଗ ହେଉଛି ।ଉପରିସ୍ଥ ଅଧିକାରୀ, ତଥା ବିଭାଗୀୟ କର୍ମଚାରୀ ମାନଙ୍କ ବୈମାତୃକ ମନୋଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଜନ ସାଧାରଣରେ ଚର୍ଚ୍ଚା ହେଉଛି ।ଯାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର କୁଏରୀମାଣ୍ଡୁ ପଞ୍ଚାୟତ ।ପଂଚାୟତ ଅଧୀନରେ ଥିବା ୪ ଗୋଟି ୱାର୍ଡର ଟିକେରିପାଜୁ, ସରୁପାଜୁ, ଗ୍ଲୋଟ, କଲମପଡା, ପାଦେରୀପଡା, ମାଦିପଡା, ବାରା଼ହାଲା, ଦୁବସରା, ବେରେଣୀ ଆଦି ଗ୍ରାମ ଗୁଡିକର ପାଖାପାଖି ୫୫୦ରୁ ଉର୍ଦ୍ଧ ଜନସାଧାରଣ ଏହି ଲକ୍ଷ୍ମୀ ବସ ସେବାରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି। ଅଞ୍ଚଳବାସୀ ଉକ୍ତ ଅଞ୍ଚଳକୁ ବସ ସେବା ଯୋଗେଇ ଦେବା ପାଇଁ ପ୍ରଶାସନକୁ ବାରମ୍ବାର ଜଣେଇବା ପରେ ମଧ୍ୟ ଏଯାଏ ବସ ସେବା ମିଳି ପାରିନି।ତେଣୁ ଜିଲ୍ଲା ପ୍ରଶାସନ ଏ ଅଞ୍ଚଳ ବାସୀଙ୍କ ଗମନାଗମନ କୁ ଦୃଷ୍ଟି ଦେଇ ତୁରନ୍ତ ବସ ସେବା ଯୋଗେଇ ଦେବାକୁ ସାଧାରଣ ରେ ଦାବୀ ହେଉଛି।

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User