ଗୁଡ୍ରିଖୋଲ ଓ ସିମିଝିରୀ ଗ୍ରାମବାସୀଙ୍କୁ ଡିବିରୀ ଆଲୁଅ ଓ ମୋବାଇଲ ଲାଇଟ୍ ଭରଷା ।

Nov 15, 2025 - 22:31
0 33
ଗୁଡ୍ରିଖୋଲ ଓ ସିମିଝିରୀ ଗ୍ରାମବାସୀଙ୍କୁ ଡିବିରୀ ଆଲୁଅ ଓ ମୋବାଇଲ ଲାଇଟ୍  ଭରଷା ।

ଫିରିଙ୍ଗିଆ,୧୫l୧୧ (ଷ୍ଟାର ନିୟୁଜ): ସରକାର ଡିଜିଟାଲ ଯୁଗର ସ୍ବପ୍ନ ଦେଖୁଥିବା ବେଳେ ଉପାନ୍ତ ଅଞ୍ଚଳବାସୀ ଏବେ ଆଦିମ ମାନବ ଭଳି ଜୀବନଯାପନ କରୁଛନ୍ତି ।ଡିଜିଟାଲ ସେବା, ଡିଜିଟାଲ ଶିକ୍ଷା ବ୍ୟବସ୍ଥା ସାଙ୍ଗକୁ ଅନଲାଇନ କ୍ଲାସ ଭଳି ଅନେକ ଯୋଜନା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେବା ସହିତ ତ୍ୱରାନ୍ୱିତ ମଧ୍ୟ ହେଉଛି । ହେଲେ ଉପାନ୍ତ ଅଞ୍ଚଳ ମାନଙ୍କରେ ସରକାରଙ୍କ ଏସବୁ ଯୋଜନା ଏକ ସ୍ବପ୍ନ ଭଳି ପ୍ରତୀତ ହେଉଛି । ଅନ୍ୟ ସବୁ ଅଞ୍ଚଳରେ ସରକାରଙ୍କ ସମସ୍ତ ସେବା ଗୁଡିକ ଉପଲବ୍ଧ ହେବା ସହିତ ସୁଚାରୁରୂପେ କାର୍ଯ୍ୟକାରୀ ହେଉଥିବା ବେଳେ ଉପାନ୍ତ ଅଞ୍ଚଳ ମାନଙ୍କରେ ଏବେ ବି ବିଜୁଳି ବତୀ ସାତ ସପନ ପାଲଟିଛି ।ଲୋକେ ଡିବିରୀ ଆଲୁଅ, ଟଚ ଲାଇଟ, ମୋବାଇଲ ଲାଇଟ ଆଦି ସାହାଯ୍ୟରେ ଆଲୁଅ ଦେଖୁଛନ୍ତି ।ସନ୍ଧ୍ୟା ହେଲେ ତାଟି କବାଟ ବନ୍ଦ କରି ଘର ଭିତରେ ଭରି ହେଉଛନ୍ତି । ଆଲୁଅ ଅଭାବରୁ ଛାତ୍ରଛାତ୍ରୀ ପାଠ ପଢି ପାରୁନାହାନ୍ତି |ଆଖ ପାଖରେ ଥିବା ଗ୍ରାମ ସବୁକୁ ଯାଇ ମୋବାଇଲ ଚାର୍ଜ କରୁଛନ୍ତି ଓ ମୋବାଇଲ ଆଲୁଅରେ ଘରର ଯାବତୀୟ କାର୍ଯ୍ୟ କରୁଛନ୍ତି ।ପ୍ରଶାସନକୁ ବାରମ୍ବାର ଜଣେଇବା ସ୍ୱତେ ବି ସେମାନଙ୍କ ସମସ୍ୟା ଦୂର ହେଉନି ।ଏଭଳି ଦୁଇ ଗ୍ରାମ ହେଉଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା଼ଗାଁ ପଞ୍ଚାୟତ ଅଧୀନସ୍ଥ ଗୁଡ୍ରି ଖୋଲ ଓ ସିମିଝିରୀ । ଡିଣ୍ଡିରାଗାଁ ପଞ୍ଚାୟତର ୨ନମ୍ବର ୱାର୍ଡ଼ ଗୁଡ୍ରି ଖୋଲରେ ୧୫ ପରିବାର ଅଛନ୍ତି । ଗାଁକୁ ରାସ୍ତା ବି ଠିକ୍ ଭାବେ ନାହିଁ । କିଛି ବାଟ ଭଲ ଅଛି ଆଉ କିଛି ବାଟ ଭଲ ନାହିଁ ।ପାଦ ଚଲା ରାସ୍ତା ଅଛି । ପଞ୍ଚାୟତ କୁ ଯିବା ପାଇଁ ୧୦କିଲୋମିଟର ପଡ଼ୁଥିବା ବେଳେ ବ୍ଲକକୁ ଯିବାକୁ ହେଲେ ୧୪କିଲୋମିଟର ଯିବାକୁ ପଡୁଛି । ଗ୍ରାମ ବସତିକୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଦୁଇ ଗ୍ରାମରେ ଆଜି ପର୍ଯ୍ୟନ୍ତ ବିଜୁଳି ସଂଯୋଗ ହୋଇନାହିଁ ।ଫଳରେ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ସେମାନେ ବିଜୁଳି ସଂଯୋଗ ପାଇଁ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଫିରିଙ୍ଗିଆ ବିଡ଼ିଓ ଓ ବିଦ୍ୟୁତ କାର୍ଯ୍ୟାଳୟରେ ଲିଖିତ ଭାବେ ଅନେକ ଥର ଅଭିଯୋଗ ଦେଇ ସାରିଛନ୍ତି, ତଥାପି ପ୍ରଶାସନ ସେମାନଙ୍କ ସମସ୍ୟାର ସମାଧାନ କରୁନାହିଁ । ବ୍ଲକ ତତଫରୁ ଗୁଡ୍ରି ଖୋଲ ଗ୍ରାମରେ ପ୍ରତ୍ୟେକ ଘରେ ଘରେ ସୋଲାର ଲାଇଟ୍ ଦିଆଯାଇଥିଲା । କିନ୍ତୁ ୫ବର୍ଷ ପୂର୍ବେ ସୋଲାର ଲାଇଟ୍ ଦିଆଯାଇଥିଲା। ପ୍ରତ୍ୟେକ ଘରେ ଗୋଟିଏ ବର୍ଷ ଠିକ୍ ଠାକ୍ ଚାଲିଲା ଆଉ ଚାରି ବର୍ଷ ଅନ୍ଧାରରେ ରହିଛନ୍ତି। ପ୍ରଶାସନ ଏହି ଗ୍ରାମବାସୀ ମାନଙ୍କ ଦୁଃଖକୁ ହୃଦୟଙ୍ଗମ କରି ଯଥାଶୀଘ୍ର ବିଦ୍ୟୁତ ସଂଯୋଗ କରିଦେଲେ ଗାଁଵାଲା ଉପକୃତ ହୁଅନ୍ତେ ବୋଲି ଗ୍ରାମର ଡିଣ୍ଡିରା ଗାଁ ପଞ୍ଚାୟତ ନାଏବ ସରପଞ୍ଚ ରାମଚନ୍ଦ୍ର ମଲ୍ଲିକ, ବାବୁଲା ମଲ୍ଲିକ, କାମେଶ୍ଵର ମଲ୍ଲିକ, ପିତାମ୍ବର ମଲ୍ଲିକ, ଟୁନା ମଲ୍ଲିକ, ଶିବ ମଲ୍ଲିକ, ଦଣ୍ଡପାଣି ମଲ୍ଲିକ ଓ ସମସ୍ତ ଗ୍ରାମବାସୀ ଗୁହାରୀ କରିଛନ୍ତି ।ଏ ବିଷୟରେ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଜୟଦେବ ସାହୁ ଙ୍କୁ ପଚାରିବାରୁ ସେ ଗାଁରେ କରେଣ୍ଟ ଆପ୍ରୁଭାଲ ଲିଷ୍ଟ ନାହିଁ, ଆଗରୁ ସଲାର ଲାଇଟ୍ ଦିଆ ହେଇଛି ଏବେ ଯଦି ସରକାର ବିଦ୍ୟୁତ୍ ପାଇଁ ଆପ୍ରୁଭାଲ ଲିଷ୍ଟ ଦିଅନ୍ତି ତେବେ ଟେଣ୍ଡର ପକେଇ କାର୍ଯ୍ୟ ଆରମ୍ଭ କରିଦେବୁ ବୋଲି କହିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User