ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପଶୁ ସମ୍ପଦ ମେଳା।
ଫୁଲବାଣୀ,୧୫l୧୧(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଜୁ କଲ୍ୟାଣୀ ମଣ୍ଡପ ଠାରେ ଫୁଲବାଣୀ ବ୍ଲକ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପଶୁ ସମ୍ପଦ ମେଳା ଅନୁଷ୍ଠିତ ହୋଇଥିଲା। ମେଳାରେ ସରକାର ଙ୍କ ବିଭିନ୍ନ ଯୋଜନା ଓ ଏହାର କାର୍ଯ୍ୟକାରିତା ଓ ସଫଳ ରୂପାୟନ ଉପରେ ଗୁରୁତ୍ଵାରୋପ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁମାଗଡ ଚିକିତ୍ସା ଅଧିକାରୀ ଡ଼ଃ କଳ୍ପନା ଦଳେଇ ଯୋଗ ଦେଇଥିଲେ ।ମୁଖ୍ୟ ବକ୍ତା ଭାବେ ଫୁଲବାଣୀ ଗୋଷ୍ଟି ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ପାତ୍ର ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରୁ ସାଂସଦ ପ୍ରତିନିଧି ରାଜେନ୍ଦ୍ର ପାଢ଼ୀ, ବିଧାୟକ ପ୍ରତିନିଧି ଲଳିତ ଦିଗାଲ, ବ୍ଲକ ଉପାଧ୍ୟକ୍ଷ ଶ୍ରୀନିବାସ ମଲିକ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ପ୍ରଭାତ ରଞ୍ଜନ ମିଶ୍ର , ବିଶ୍ବରଂଜନ ରଥ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଭାଗବତ ଘୋଷ, ଫୁଲବାଣୀ ଭି ଏସ୍ ଏସ୍ ଡ଼ଃ ଆୟୁଷ୍ମାନ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ଓ ପଶୁ ପାଳନ ସହ ସରକାର ଦେଉଥିବା ବିଭିନ୍ନ ସବସୀଡି,ଓ ବୀମା ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି ଅବସରରେ ସଫଳ ମହିଳା ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ଚାଷୀମାନଙ୍କ ପାଇଁ ପ୍ରଣୟନ କରାଯାଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରୀ ଯୋଜନାଗୁଡ଼ିକୁ ଗ୍ରାମାଞ୍ଚଳ ସ୍ତରକୁ ପହଞ୍ଚାଇ ଚାଷୀ ଓ ଯୁବକମାନଙ୍କୁ ସ୍ୱାବଲମ୍ବୀ କରିବା।ମୁଖ୍ୟବକ୍ତା ନିଜ ବକ୍ତବ୍ୟ ରେ ଏହିପରି ମେଳା ମାଧ୍ୟମରେ ସରକାରୀ ଯୋଜନାର ସୁଫଳ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚୁଛି ଏବଂ ଯୁବକମାନେ ଏହାର ଲାଭ ନେବାକୁ ଉତ୍ସାହିତ ହେଉଛନ୍ତି।ମେଳାରେ ମତ୍ସ୍ୟ ଚାଷ, ପଶୁପାଳନ ଓ ସମ୍ପର୍କିତପ୍ରଦର୍ଶନୀ ଆୟୋଜନ କରା ଯାଇଥିଲା। ସଫଳ ଚାଷୀମାନେ ନିଜର ଅଭିଜ୍ଞତା ବାଣ୍ଟି ଅନ୍ୟମାନଙ୍କୁ ପ୍ରେରଣା ଦେଇଥିଲେ। ଏହାଛଡ଼ା ସରକାରୀ ବିଭାଗର ଅଧିକାରୀମାନେ ଯୋଜନାର ନିୟମାବଳୀ ଓ ଆବେଦନ ପ୍ରକ୍ରିୟା ବିଷୟରେ ସଚେତନତା ସୃଷ୍ଟି କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଆଲୋକ ପଟ୍ଟନାୟକ ପରିଚାଳନା କରିଥିବା ବେଳେ କାହୁଁ ଚରଣ ମୁଖି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ବିଭାଗ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
What's Your Reaction?