ଛିଡାଥିବା ଟ୍ରାକ୍ଟର କୁ ଧକ୍କା ଧକ୍କା ଦେଇ ବାଇକ ଚାଳକ ଗୁରୁତର ।

Nov 15, 2025 - 19:23
Nov 15, 2025 - 19:24
 0  103
ଛିଡାଥିବା ଟ୍ରାକ୍ଟର କୁ ଧକ୍କା ଧକ୍କା ଦେଇ ବାଇକ ଚାଳକ ଗୁରୁତର ।

ଝରିଗାଁ,୧୫l୧୧(ଷ୍ଟାର ନିୟୁଜ ଓଡିଶା ):ଧାନ ମଳା ମେସିନ ସଂଯୋଗ ହୋଇଥିବା ଟ୍ରାକ୍ଟର ରାସ୍ତା ପାର୍ଶ୍ବରେ ଠିଆ ହୋଇ ଥିବା ବେଳେ ବାଇକ୍ ଚାଳକ ଭାରସାମ୍ୟ ହରାଇ ଦୃତ ଗତିରେ ଯାଇ ଟ୍ରାକ୍ଟର ର ମଝି ଚକରେ ପିଟି ହେବାରୁ ଯୁବକଙ୍କ ବାମ ଗୋଡ଼ ଆଣ୍ଠୁରେ ଗଭୀର ଆଘାତ ଲାଗିଛି। ଗୁରୁତର ଯୁବକ ଜଣକ ହେଲେ ଝରିଗାଁ ପଞ୍ଚାୟତ ଅନ୍ତର୍ଗତ କାଠବେଡା ଗ୍ରାମର ଅଖିଳ ସମରଥ ଙ୍କ ପୁଅ ବଳଦେବ ସମରଥ। ଘଟଣା ପ୍ରକାରେ ଆଜି ଦିନ ଅପରାହ୍ନ 3ଘଣ୍ଟା ସମୟରେ ବାଇକ୍ ଯୋଗେ ଝରିଗାଁ ଠାରୁ ନିଜ ଗ୍ରାମ ଅଭିମୁଖେ ଫେରୁଥିବା ବେଳେ ଗାଁ ନିକଟ ଦର୍ଲୀପଡ଼ା ଠାରେ ଠିଆ ହୋଇଥିବା ଟ୍ରାକ୍ଟରର ଡାହାଣରେ ଥିବା ମଝି ଚକ ରିମ୍ କୁ ଯାଇ ପିଟିହେବା ଫଳରେ ବଳଦେବଙ୍କ ବାମ ଗୋଡ଼ ଆଣ୍ଠୁରେ ଗଭୀର ଆଘାତ ଲାଗିଛି। ଖବର ପାଇ ବଳଦେବଙ୍କ ସ୍ତ୍ରୀ କ୍ଷୀରମଣି,ମାମୁ ଚୈତନ୍ୟ ମାଝୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରି ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ବଳଦେବଙ୍କ ଆଣ୍ଠୁ ଚକି ଓ ହାଡ ଭାଙ୍ଗି ଥିବାରୁ ଅଧିକ ଚିକିତ୍ସା ଆବଶ୍ୟକ ଥିବାରୁ ଜିଲ୍ଲା ହସ୍ପିଟାଲକୁ ପଠାଇଥିବା ଡାକ୍ତର ସୂଚନା ଦେଇଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

like

dislike

love

funny

angry

sad

wow

SUJAYA EDITOR